ETV Bharat / city

ରାଜଧାନୀରେ ଭସାଣିକୁ ନେଇ ଗଣ୍ଡଗୋଳ, ବୋତଲରେ ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ - ଭୀମପୁର ମୋଜାରେ ଅଘଟଣ

ରାଜଧାନୀ ଭୁବନେଶ୍ବର ଏୟାରପୋର୍ଟ ଥାନା ଭୀମପୁର ମୋଜାରେ ଅଘଟଣ । ଗଣେଶ ଭସାଣିବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଅଧିକ ପଢନ୍ତୁ

ରାଜଧାନୀରେ ଭସାଣିକୁ ନେଇ ଗଣ୍ଡଗୋଳ, ବୋତଲରେ ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ

author img

By

Published : Sep 9, 2022, 12:37 PM IST

Updated : Sep 9, 2022, 12:51 PM IST

ଭୁବନେଶ୍ବର: ରାଜଧାନୀରେ ଗଣେଶ ଭସାଣି ବେଳେ ଅଘଟଣ । ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ନେଲା ଉଗ୍ରରୂପ । ଗୋଟିଏ ଗୋଷ୍ଠୀର ଭସାଣି ବେଳେ ଆଉ ଗୋଷ୍ଠୀ କଲେ ହଙ୍ଗାମା । ପରିସ୍ଥିତି ଅଣାୟତ୍ତ ହେବା ପରେ କାଠ ଫାଳିଆ ଓ ଥଣ୍ଡା ବୋତଲରେ‌ ହେଲା ଆକ୍ରମଣ । ଏୟାରପୋର୍ଟ ଥାନା ଭୀମପୁର ମୌଜାରେ ଏହି ଗୋଷ୍ଠୀ ସଙ୍ଘର୍ଷ ଦେଖିବାକୁ ମିଳିଛି ।

ଆହତ ଯୁବକ
ଆହତ ଯୁବକ

ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକଙ୍କ ମୁଣ୍ଡ ଫାଟିଛି । ଗୁରୁତର ଅବସ୍ଥାରେ ରିତେଶ ବିଶ୍ବାଳ ନାମକ ଯୁବକ ଗୁରୁବାର ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ‌ ପୋଲିସ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଦୁଇ ଗୋଷ୍ଠୀଙ୍କୁ ଆଣି ଥାନାରେ ପଚରାଉଚରା କରାଯାଇଥିଲା । ଭସାଣି ପାଇଁ ପୋଲିସ ଅନୁମତି ଦେଉଥିବାବେଳେ, ଭସାଣି ବେଳେ ପୋଲିସର ସଠିକ ନଜର ରହୁନଥିବା ଅଭିଯୋଗ ହୋଇଛି । ଫଳରେ ଏଭଳି ପରିସ୍ଥିତି ଉପୁଜିଛି ଓ ଏଭଳି ଘଟଣା ସାମ୍ନାକୁ ଆସୁଛି ବୋଲି ଅଭିଯୋଗ ହୋଇଛି ।

ପୋଲିସ ଅଣ ଆଢୁଆଳରେ ରାସ୍ତାରେ ଉତ୍ପାତ ଓ ମଦ ପିଇ ସାଧାରଣ ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି । ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେ ଏଭଳି ସ୍ଥିତି ଉପୁଜିଛି । ଅର୍ଥାତ ପୋଲିସଠୁ ଅନୁମତି ନେଇ ବି ଭସାଣିରେ କିଭଳି ଏଭଳି ସଙ୍ଘର୍ଷ ହେଉଛି । ଯଦି ଅନୁମତି ନଥିଲା ତେବେ କ'ଣ ଥାନାର ବିନା ଅଗୋଚରରେ ଭସାଣି ହେଉଛି‌ କି ? ଯାହା ଏବେ ପୋଲିସ ପାଖରେ ଖବର ନଥିବାର ଦିଗ ମଧ୍ୟ ସାମ୍ନାକୁ ଆସୁଛି । କେବଳ ଏ ଘଟଣା ନୁହେଁ କିଛି ଦିନ ପୁର୍ବେ ପାହାଳ ଥାନା ଅଧିନରେ ମଧ୍ୟ ନହରକଣ୍ଟା ନିକଟରେ ଗଣେଶ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଏହା ବି ପଢନ୍ତୁ- ବେପରୁଆ ଡ୍ରାଇଭିଂ: ତାତିଲେ ଲୋକେ, ଭାଙ୍ଗିଲେ ମୋ ବସ କାଚ

ଫଳରେ ଢେଲା ମାଡ ଓ ଲାଠି ମାଡରେ ଗାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ପୋଲିସ ରାତିରେ ପହଞ୍ଚିଥିଲେ ବି ନାକେଦମ ହୋଇଥିଲା । ଦୁଇ ଗୋଷ୍ଠୀର ୧୫ଜଣ ଲେଖାଏଁ ଯୁବକକୁ ଥାନାରେ ଆଣି ଅଟକ ରଖିଥିଲା ପୋଲିସ । ତେବେ ଆଗକୁ ପୂଜାର ମାହୋଲ ଆସୁଥିବାବେଳେ, ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଭଳି କାଳି ପୂଜା ମଧ୍ୟ ଧୁମଧାମରେ ହେବ । ଯଦି ଏବେଠୁ ଏପରି ‌ପରିସ୍ଥିତି ଉପୁଜିଲାଣି ଆଗକୁ ସ୍ଥିତି ଅସମ୍ଭାଳ ହେବ । ଯେତିକି ପୋଲିସ ଅଛନ୍ତି ସେତିକିରେ ଟ୍ରାଫିକ ମାନେଜମେଣ୍ଟ ଠାରୁ ଗଣ୍ଡଗୋଳ ନିୟନ୍ତ୍ରଣ କରିବା ବେକାବୁ ହେବ ବୋଲି ଚର୍ଚ୍ଚା ହେଉଛି ।

ଏପରି ସ୍ଥିତିରେ ଅଧିକ ଆଡିସିନାଲ ଫୋର୍ସ ମଧ୍ୟ ପୋଲିସ ହେଡ୍‌କ୍ବାର୍ଟରରୁ ମିଳୁନାହିଁ । ଏଭଳି ସ୍ଥିତିରେ କିଭଳି ପୂଜାକୁ ନିୟନ୍ତ୍ରଣ କରିବ କମିଶନରେଟ ପୋଲିସ ତାହା ଏବେ ଚିନ୍ତାର ବିଷୟ ସାଜିଛି । ଏନେଇ ଉଚ୍ଚସ୍ତରୀୟ ବୈଠକ କରି ଏ ଦିଗରେ ଧ୍ୟାନ ଦେବା ଦରକାର । ଥାନା ଅଞ୍ଚନରେ ଭସାଣି ବା ପୂଜା ମଣ୍ଡପକୁ କିପରି ଅନୁମତି ମିଳିବ । ଅନୁମତି ନଥିଲେ ମଧ୍ୟ କିପରି ସେସବୁ ପୂଜା ମଣ୍ଡପ ଉପରେ କଡା ନଜର‌ ରଖିବ ପୋଲିସ ? ତାହା ଏବେ ଗୁରୁତ୍ବପୁର୍ଣ୍ଣ ହୋଇଛି‌ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 9, 2022, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.