ETV Bharat / city

Dhamnagar By-poll: ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ କହିଲେ ଅବନ୍ତୀ ଦାସ - Grateful to the Chief Minister

ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବନ୍ତୀ ଦାସ । ଧାମନଗର ବାସୀଙ୍କ ଉପରେ ବିଶ୍ୱାସ ଅଛି, ସେମାନେ ମୋତେ ଜୟଯୁକ୍ତ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ: ଅବନ୍ତୀ ଦାସ

author img

By

Published : Oct 12, 2022, 9:13 PM IST

ଭୁବନେଶ୍ବର: ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବନ୍ତୀ ଦାସ । ଧାମନଗର ବାସୀଙ୍କ ଉପରେ ବିଶ୍ୱାସ ଅଛି, ସେମାନେ ମୋତେ ଜୟଯୁକ୍ତ କରିବେ ବୋଲି କହିଛନ୍ତି ଅବନ୍ତୀ । ସାମୁହିକ ନିଷ୍ପତ୍ତି ହିଁ ବିଜୁ ଜନତା ଦଳର ଶକ୍ତି । ଧାମନଗର ଉପ-ନିର୍ବାଚନ ପାଇଁ ଜଣେ ମା’ଙ୍କୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତୀକରଣର ନାରାକୁ ଆହୁରି ସୁଦୃଢ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଅବନ୍ତୀ ଦାସ ।

Dhamnagar by election: ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ: ଅବନ୍ତୀ ଦାସ

ଧାମନଗରବାସୀଙ୍କ ଆଶୀର୍ବାଦ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସହ ଯିବ । ଏହା ମୋର ଦୃଢ ବିଶ୍ୱାସ ବୋଲି ବିଜେଡି ସାଂଗଠନିକ ସମ୍ପଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସେହିପରି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଗୁରୁତ୍ୱ ଦିଅନ୍ତି । ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି ।

ଅନ୍ୟତମ ଟିକେଟ ଆଶାୟୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ କହିଛନ୍ତି ଯେ, ସାଢେ 4 କୋଟି ଓଡ଼ିଆଙ୍କ ଦରଦୀ ବନ୍ଧୁ ନବୀନ ପଟ୍ଟନାୟକ ମାତୃ ଶକ୍ତିର ପ୍ରଗତି, ବିକାଶ ଓ ରାଜନୈତିକ ଅଧିକାର ଦେବାକୁ ଯେଉଁ ନିଷ୍ପତ୍ତି କରିଛନ୍ତି ତାହାକୁ ସ୍ୱାଗତ କରୁଛି । ମିଶନ ଶକ୍ତିରୁ ଆମେ ଯାହାଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷ କରିଥିଲୁ, ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି । ଭଦ୍ରକ ସାଂସଦ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସଙ୍କୁ ଧାମନଗର ଉପନିର୍ବାଚନ ଲାଗି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି । ଜଣେ ମହିଳାଙ୍କୁ ପ୍ରାର୍ଥୀନୀ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି । ସମସ୍ତେ ତାଙ୍କୁ ସମର୍ଥନ କରି ବିଜୟୀ ହେବାକୁ ଉଦ୍ୟମ କରିବୁ, ଏଥିରେ ସନ୍ଦେହ ନାହିଁ ।

ସେହିପରି ରାଜ୍ୟସଭ୍ୟ ସାଂସଦ ସୁଲୋତା ଦେଓ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଜଣେ ମହିଳାଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ । ମହିଳା ସଶକ୍ତିକରଣ ଓ ମିଶନ ଶକ୍ତିର ସଫଳତା ଦେଖିଛେ । ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପ୍ରାର୍ଥୀ କରୁଛନ୍ତି । ଯାହା କଥାରେ କୁହାନ୍ତି, ତାହା କରନ୍ତି । ଅବନ୍ତି ଘରେ ଘରେ ଲୋକପ୍ରିୟ ହେବେ । ବହୁତ ବ୍ୟବଧାନରେ ଜିତିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.