ଭୁବନେଶ୍ବର: ଫେମ ଇଣ୍ଡିଆ ପକ୍ଷରୁ ରାଜ୍ୟ ଗୃହ ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ସମ୍ମାନିତ କରାଯାଇଛି । ବିଭିନ୍ନ ବିଭାଗର ସଫଳ କାର୍ଯ୍ୟାନ୍ଵୟ ନେଇ ଏହି ସମ୍ମାନ ଦିଆଯାଏ । ଦିଲ୍ଲୀରୁ ପୁରସ୍କାର ଗ୍ରହଣ କରି ଆଜି ଭୁବନେଶ୍ବର ଫେରିବା ପରେ ମନ୍ତ୍ରୀ ପ୍ରତାପଙ୍କୁ ଜୋରଦାର ସ୍ବାଗତ କରାଯାଇଛି ।
ଭୁବନେଶ୍ବର ଫେରି ପ୍ରତାପ ଜେନା କହିଛନ୍ତି, ଏହି ପୁରସ୍କାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଉଛି । ତାଙ୍କ ଆର୍ଶୀବାଦରୁ ଏହା ସମ୍ଭବ ହୋଇଛି । ଏହାସହ ସେ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଏହି ପୁରସ୍କାର ତାଙ୍କୁ ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରତାପ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ