ETV Bharat / city

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 15 ଲକ୍ଷ ପ୍ରଦାନ କଲେ ଗ୍ରାମ୍ୟବ୍ୟାଙ୍କ୍ କର୍ମଚାରୀ - ମହାମାରୀ ପାଇଁ ଦାନ କଲେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

ମହାମାରୀ କୋରୋନା ବିପକ୍ଷରେ ସଂଗ୍ରାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୫ ଲକ୍ଷ ୨୫ ହଜାର ୫ ଶହ ଟଙ୍କା ଦାନ କରିଛନ୍ତି ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ । ଅଧିକ ପଢ଼ନ୍ତୁ...

gramya bank employees donated 15 lakh rupees to chief minister relief fund to tackle covid pandemic
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 15 ଲକ୍ଷ ପ୍ରଦାନ କଲେ ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀ
author img

By

Published : Aug 4, 2021, 7:03 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଛନ୍ତି ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୫ ଲକ୍ଷ ୨୫ ହଜାର ୫ ଶହ ଟଙ୍କା ଦାନ କରିଛନ୍ତି ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ । ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ବ୍ୟାଙ୍କ୍ ଅଧ୍ୟକ୍ଷ ମୋହନ ଏମ୍ ଏବଂ ଜେନେରାଲ୍ ମ୍ୟାନେଜର ବସନ୍ତ କୁମାର ପାତ୍ର ଏହି ଚେକ୍ ପ୍ରଦାନ କରିଛନ୍ତି ।

gramya bank employees donated 15 lakh rupees to chief minister relief fund to tackle covid pandemic
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 15 ଲକ୍ଷ ପ୍ରଦାନ କଲେ ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀ

ଓଡ଼ିଶାର କୋଭିଡ ପରିଚାଳନା ଉତ୍ତମ ସ୍ତରର ରହିଛି । ଏଥିପାଇଁ ଓଡ଼ିଶା ଅନ୍ୟରାଜ୍ୟକୁ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହୋଇପାରିଛି । କୋଭିଡ ଚିକିତ୍ସା ପାଇଁ ସ୍ବତନ୍ତ୍ର ହସ୍ପିଟାଲ୍, ମାଗଣା ଔଷଧ ଓ ଚିକିତ୍ସା ଆଦି କ୍ଷେତ୍ରରେ ରାଜ୍ୟ ଅନେକ ଉଦାହରଣ ସୃଷ୍ଟି କରିଛି । ରାଜ୍ୟର ଏହି ଲଢ଼େଇରେ ଯୋଗଦାନ ପାଇଁ ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀ ଏବଂ କର୍ମଚାରୀମାନେ ନିଜ ନିଜ ଦରମାରୁ ମିଳିତ ଭାବେ ଏହି ପାଣ୍ଠି ଦାନ କରିଛନ୍ତି । ଏହାକୁ ନେଇ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଗ୍ରାମ୍ୟ ଅଧ୍ୟକ୍ଷ ନିଜେ ୧ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ବିଭିନ୍ନ ଅଧିକାରୀ ମାନେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଦାନ କରିଛନ୍ତି । ଏହି ସହଯୋଗ ପାଇଁ ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହାସହ କୋଭିଡ ନିୟମ ଅନୁପାଳନ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.