ETV Bharat / city

ଏସଆରସିଙ୍କ ନିର୍ଦ୍ଦେଶ, କୋଭିଡ ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

author img

By

Published : Sep 7, 2020, 7:32 PM IST

କୋରୋନାକୁ ନେଇ ଏସଆରସିଙ୍କ ପ୍ରେସମିଟ । କୋଭିଡ ନିୟମ ପାଳନ ନକଲେ ବୁଧବାରଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଏସଆରସିଙ୍କ ନିର୍ଦ୍ଦେଶ, କୋଭିଡ ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଏସଆରସିଙ୍କ ନିର୍ଦ୍ଦେଶ, କୋଭିଡ ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ମହାମାରୀ କୋରୋନାକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ । ଜୀବନ ଓ ଜୀବିକାର ସଂଘର୍ଷର ସନ୍ତୁଳନ ରହିବା ଆବଶ୍ୟକ । ବ୍ୟବହାର ପରିବର୍ତ୍ତନ କଲେ କୋରୋନାକୁ କରି ହେବ ପ୍ରତିହତ। ନିୟମକୁ ଯଦି ଜନସାଧାରଣ ନ ମାନନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଏସଆରସି ।

ପ୍ରଦୀପ ଜେନା କହିଛନ୍ତି, ମହାମାରୀ କରୋନା ଏବେ ସାରା ଦେଶରେ ବଢୁଥିବାବେଳେ ଓଡିଶାରେ ମଧ୍ୟ ଦୈନିକ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବରେ କଟକ ଓ ଭୁବନେଶ୍ବରରେ ଦୈନିକ ଏକ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କାରଣ ଓ ପ୍ରତିକାର ବ୍ୟବସ୍ଥା ନକଲେ କୋଭିଡ ସଂକ୍ରମଣ ଲାଗିରହିବ ବୋଲି ସେ କହିଛନ୍ତି ।

ଏସଆରସି ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ସପ୍ତାହରେ ରାଜ୍ୟରେ ନୂଆ ନୂଆ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି। ଟେଷ୍ଟ ଲ୍ୟାବ କରାଯାଉଛି। ଲକଡାଉନ ଓ ସଟଡାଉନ ଫଳରେ ଆଗକୁ ଆର୍ଥିକ ସ୍ଥିତି ଉପରେ ବ୍ୟାପକ ପ୍ରଭାବ ପଡିବ । ଦେଶରେ 41 ଲକ୍ଷ ଲୋକଙ୍କୁ ସଂକ୍ରମିତ କରିସାରିଛି କୋରୋନା। ଅନ୍ୟପକ୍ଷେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଆକ୍ରାନ୍ତ କରିସାରିଛି କୋରୋନା। ଦିନକୁ ଦିନ ଏହି ସଂଖ୍ୟା ବଢିଚାଲିଛି। ଏହି ରୋଗର ସଂକ୍ରମଣକୁ ରୋକିବାକୁ ପଡିବ ବୋଲି ଜୋର ଦେଇ ଏସଆରସି କହିଛନ୍ତି।

କୋଭିଡ ସଚେତନତା ସମ୍ପର୍କରେ ସୂଚନା ଦେଇ ଏସଆରସି କହିଛନ୍ତି, ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଶେଷଜ୍ଞ ଓ ଡାକ୍ତରଙ୍କ ସହ ଆଲୋଚନା କରୁଛନ୍ତି। କୋଭିଡ ଠାରୁ ବଞ୍ଚିବା ପାଇଁ ହେଲେ ବ୍ୟବହାର ଓ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ବ୍ୟକ୍ତିଗତ ଭାବରେ ସ୍ବାସ୍ଥ୍ୟ ସଚେତନତା କରିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

କଟକ ଓ ଭୁବନେଶ୍ବରରେ ସନ୍ଧ୍ୟା 7ଟାରୁ ରାତି 11ଟା ପର୍ଯ୍ୟନ୍ତ ବୁଲି ଦେଖିଥିଲେ ଜିଲ୍ଲା ପ୍ରଶାସନ। କେହି ସାମାଜିକ ଦୂରତା ମାନୁନଥିବାବେଳେ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ବୁଧବାର ଠାରୁ ଯେଉଁମାନେ କୋଭିଡ ନିୟମ ପାଳନ କରୁନାହାଁନ୍ତି, ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.