ETV Bharat / city

ଶିକ୍ଷକ ଆବଶ୍ୟକତାକୁ ପୂରଣ କରିବାରେ ଫେଲ ସରକାର

ବଜେଟରେ ବିଭିନ୍ନ ବିଭାଗରେ ବ୍ୟୟ ବରାଦ ହୋଇଥିବାବେଳେ ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଶିକ୍ଷକ ଆବଶ୍ୟକ ବୋଲି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବିଧାନସଭାରେ ଉଠିଲା ଶିକ୍ଷକ ପଦବୀ ତାତି
author img

By

Published : Nov 14, 2019, 4:02 AM IST

ଭୁବନେଶ୍ବର: ବୁଧବାର ଆଗତ ହୋଇଛି ବିଧାନସଭାର ଅତିରିକ୍ତ ବଜେଟ । ବଜେଟରେ ବିଭିନ୍ନ ବିଭାଗରେ ବ୍ୟୟ ବରାଦ ହୋଇଥିବାବେଳେ ରାଜ୍ୟରେ ୨ ଲକ୍ଷ ୮୧ ହଜାର ୨୭୨ ଶିକ୍ଷକ ଆବଶ୍ୟକ ବୋଲି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କ ଖାଲି ପଡିଥିବା ଶିକ୍ଷକ ପଦବୀକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ହେଲେ ୨ ଲକ୍ଷ ୮୧ ହଜାର ୨୭୨ ଜଣ ଶିକ୍ଷକ ଆବଶ୍ୟକ ହେବେ ।

ମନ୍ତ୍ରୀ ଗୃହରେ କହିଛନ୍ତି ଯେ, ରାଜ୍ୟରେ ୪୦୦୦ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ୨୫୮୫, ଶିକ୍ଷକ ୪୪୫୨, ସଂସ୍କୃତ ଶିକ୍ଷକ ୧୦୬୯ ଓ ୧୮୧୨ ହିନ୍ଦୀ ଶିକ୍ଷକ ଏବଂ ୧୧୬୫ ଶିକ୍ଷକ ପଦବୀ ଖାଲି ରହିଛି ।

ସରକାରୀ ସ୍କୁଲରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀ ମାନ୍ୟବର କୋର୍ଟଙ୍କର ରହିତାଦେଶ କାରଣରୁ ପଦୋନ୍ନତି ନହେବା ଯୋଗୁଁ ପଦବୀ ପୂରଣ ହୋଇପାରୁନାହିଁ । ସରକାରୀ ବିଦ୍ୟାଳୟର ଟ୍ରେଣ୍ଡ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପୂରଣ ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି । ହିନ୍ଦୀ, ସଂସ୍କୃତ ଓ କ୍ରୀଡା ପଦବୀ ବିବରଣୀ ଜିଲ୍ଲା ଗୁଡିକୁ ମଗାଯାଇଛି ।

ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବରୋପ କରୁଛନ୍ତି । ଅଥଚ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.