ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ବିଭିନ୍ନ ବିଭାଗର 24 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ଏହି କ୍ରମରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ (Lingaraj Temple ordinance) କୁ କ୍ୟାବିନେଟରେ ମଞ୍ଜୁରି ମିଳିଛି ।
ଏଣିକି ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ବ ଏକ କମିଟିକୁ ହସ୍ତାନ୍ତର କରାଯିବ । ଭକ୍ତଙ୍କୁ ଉନ୍ନତ ସୁବିଧା ଓ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଲକ୍ଷ୍ୟ ନେଇ ଏହି କମିଟି ଗଠନ ହେବ । ଏହାଦ୍ବାରା ମନ୍ଦିର ପ୍ରଶାସନର ଦାୟିତ୍ବ ନିରୁପଣ କରାଯାଇ ପାରିବ । ଏହି କମିଟି ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସୁରକ୍ଷା ଦିଗରେ କାର୍ଯ୍ୟ କରିବ (vesting of management of affairs of Lingaraj Temple, its properties within its premises) ।
ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଦେବା ଦିଗରେ କାର୍ଯ୍ୟ କରାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ