ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଓ ସଟଡାଉନ ନିୟମରେ କୋହଳ କରିଛନ୍ତି ସରକାର। ଜେଇଇ ମେନ ଓ ନିଟ ପରୀକ୍ଷା ପାଇଁ ଏଥିରେ କୋହଳ କରାଯାଇଛି। ଛାତ୍ରଛାତୀଙ୍କ ପରୀକ୍ଷାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର ।
ଆସନ୍ତା 30ରୁ ସେପ୍ଟେମ୍ବର 7, ସେପ୍ଟେମ୍ବର12ରୁ 15 ତାରିଖ ଯାଏଁ କୋହଳ କରାଯାଇଛି ଏହି ନିୟମ । ରାଜ୍ୟରେ କୌଣସି ସ୍ଥାନରେ ଏହି ନିୟମ ଲାଗୁ ହେବ ନାହିଁ। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ