ଭୁବନେଶ୍ବର: ସରକାରୀ ବାବୁଙ୍କୁ ଟାର୍ଗେଟ। କର୍ମଚାରୀ ଆନୁଆଲ ଆପ୍ରାଇଜାଲ ରିପୋର୍ଟ ଦେବେ । ରିପୋର୍ଟ ମାଗିଛି ସାଧାରଣ ପ୍ରଶାସନ ବିଭାଗ ।
'5ଟି' ଓ 'ମୋ ସରକାର' ନେଇ ଚାର୍ଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗୀୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି ।


ସରକାରଙ୍କ ନିଷ୍ପତ୍ତି ଅନୁସାରେ କର୍ମଚାରୀଙ୍କ ପ୍ରଦର୍ଶନ ମୂଲ୍ୟାୟନ ବେଳ ୫ଟି ଲାଗୁ ଲାଗି 20 ପ୍ରତିଶତ ମାର୍କ ପ୍ରଦାନ କରାଯିବ । ଏହି 20 ପ୍ରତିଶତ ମଧ୍ୟରୁ 'ମୋ ସରକାର' ପଦକ୍ଷେପକୁ ଲାଗୁ କରିବା ପାଇଁ 5 ପ୍ରତିଶତ ମାର୍କ ପ୍ରଦାନ କରାଯିବ ।
ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗରେ ଆରମ୍ଭ ହୋଇଥିବା '5ଟି' ଓ 'ମୋ ସରକାର' ବ୍ୟବସ୍ଥା ପରବର୍ତ୍ତି ସମୟରେ ଅନ୍ୟ ବିଭାଗମାନଙ୍କୁ ସଂପ୍ରସାରଣ କରାଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ