ଭୁବନେଶ୍ବର: ସ୍ୱଭାବିକ ହେଲା ଲୋକସେବା ଭବନର କାର୍ଯ୍ୟ। ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲକଡାଉନ କଟକଣା କିଛିଟା କୋହଳ ହେବା ପରେ ଲୋକସେବା ଭବନ ଫେରିଲେ କର୍ମଚାରୀ। 11 ଟି କ୍ରିଟିକାଲ ବିଭାଗର ଦପ୍ତର କାର୍ଯ୍ୟ ସୋମବାରଠୁ ଆରମ୍ଭ ହୋଇଛି।
କୃଷି ଓ କୃଷକ ସଶକ୍ତିକରଣ, ସାଧାରଣ ପ୍ରଶାସନ, ଗୃହ, ପଞ୍ଚାୟତି ରାଜ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯୟ ପରିଚାଳନା, ଶ୍ରମ ଓ ନିୟୋଜନ ଭଳି 11 ଟି ବିଭାଗର ଗ୍ରୁପ Aର ସମସ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇ ଥିବା ବେଳେ ଗ୍ରୁପ C ଓ Dର ସର୍ବାଧିକ 30 ପ୍ରତିଶତ କର୍ମଚାରୀଙ୍କୁ ରୋଷ୍ଟର ପଦ୍ଧତିରେ ଆସିବାକୁ କୁହାଯାଇଛି ।
ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ