ଭୁବନେଶ୍ବର: କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ଯାଇଥିବା ଅର୍ଥ ଆଦାୟ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ କୋଭିଡ ମହାମାରୀର ପ୍ରାଦୁର୍ଭାବ ଜାରି ରହିଥିବା ବେଳେ ଚାଷୀ ଖରିଫ ଚାଷ କରୁଛନ୍ତି । ତେଣୁ ଚାଷୀଙ୍କ ଉପରୁ ବୋଝ ହଟେଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଦର୍ଶାଇଛନ୍ତି ସରକାର । ଏନେଇ ସବୁ କୃଷି ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛି ବିଭାଗ ।
ତେବେ ପ୍ରାୟ 1 ଲକ୍ଷ 6 ହଜାର ଅଯୋଗ୍ୟ ଚିହ୍ନଟ କରିଥିଲା ବିଭାଗ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ