ETV Bharat / city

ନୂଆ କୃଷିନୀତି ପାଇଁ ଚିଠା ପ୍ରସ୍ତୁତ, ଫୋକସରେ ମହିଳା ଚାଷୀ - ନୂଆ କୃଷିନୀତି ପାଇଁ ଚିଠା ପ୍ରସ୍ତୁତ

ନୂଆ କୃଷିନୀତି ପାଇଁ ଚିଠା ପ୍ରସ୍ତୁତ ହୋଇଛି । ଏଥିରେ କାଳିଆ ଯୋଜନା ର ଅବଧି ବୃଦ୍ଧି ହୋଇଥିବା ବେଳେ ମହିଳା ଚାଷୀ ଫୋକସରେ ରହିଛନ୍ତି । 6 ବର୍ଷ ପରେ ସରକାର ଏହି ନୂତନ କୃଷି ନୀତି ପାଇଁ ଚିଠା ପ୍ରସ୍ତୁତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 4:22 PM IST

ଭୁବନେଶ୍ବର: ନୂଆ କୃଷିନୀତି ପାଇଁ ଚିଠା ପ୍ରସ୍ତୁତ ହୋଇଛି । ଏଥିରେ ‘କାଳିଆ’ ଯୋଜନାର ଅବଧି ବୃଦ୍ଧି କରାଯାଇଛି । ଆସନ୍ତା 5 ବର୍ଷ ପାଇଁ ‘କାଳିଆ’ ଯୋଜନା କର୍ଯ୍ୟକାରୀ ହେବ । କୃଷି ଓ କୃଷକ ଏବଂ ମହିଳା ଚାଷୀଙ୍କ ବିକାଶ ପାଇଁ ଏହି ଯୋଜନା ଆସନ୍ତା 5 ବର୍ଷ ଯାଏଁ ଲାଗୁ କରାଯିବା ବୋଲି କୃଷି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କୃଷି ଯୋଜନା 2019 ଅନୁଯାୟୀ ଶୁକ୍ରବାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ଏଥିରେ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯିବା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

6 ବର୍ଷ ପରେ ସରକାର ନୂତନ କୃଷି ନୀତି ପାଇଁ ଚିଠା ପ୍ରସ୍ତୁତ କରିଛନ୍ତି । ଏଥିରେ କାଳିଆ ଯୋଜନା ଓ ମହିଳା ଚାଷୀ ଫୋକସରେ ରହିଛନ୍ତି । ଏଥିଲାଗି କୃଷିନୀତି-୨୦୧୯ର ଚିଠା ପ୍ରକାଶ ପାଇଛି । ଯେଉଁଥିରେ ଚାଷୀଙ୍କ ବିକାଶକୁ ଦୃଷ୍ଟିରେ ରଖି ବିସ୍ତୃତ ଖସଡା ପ୍ରସ୍ତୁତ କରାଯାଇଛି ।

ଚାଷୀଙ୍କ କ୍ରମାଗତ ଆୟ ବହୁଗୁଣିତ ବୃଦ୍ଧି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ପ୍ରସ୍ତାବିତ କୃଷି ନୀତିରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟରେ ମୋଟ ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତ ମହିଳା ଶ୍ରମିକ ଥିବାରୁ ସେମାନଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ସହ ରାଜ୍ୟରେ ଥିବା ୫ ଲକ୍ଷ ଭୂମିହୀନ ମହିଳାଙ୍କୁ ସ୍ବତନ୍ତ୍ର ଶ୍ରେଣୀରେ ଗ୍ରହଣ କରାଯାଇ ସେମାନଙ୍କ ଉତ୍ଥାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।

ସେହିପରି ମହିଳା ଚାଷୀଙ୍କ ଉତ୍ପାଦ ବିକ୍ରି ପାଇଁ ବଜାର ସୁବିଧା କରାଯିବାକୁ ସରକାର କୃଷି ନୀତିରେ ଗୁରୁତ୍ବ ଦେଇଛନ୍ତି । ମହିଳା ଚାଷୀଙ୍କୁ ତାଲିମ ଦେବା ପାଇଁ ଯୋଜନାରେ ସ୍ଥାନ ଦିଆଯାଇଛି । ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବା ସହ ମହିଳା ଚାଷୀଙ୍କୁ ସୁହାଇବା ଭଳି ଯନ୍ତ୍ରପାତି ବିକାଶ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର ।
ତେବେ ଏହି କୃଷିନୀତି ଚାଷୀ ଓ ବୈଜ୍ଞାନିକଙ୍କ ମତ ନିଆଯାଇ ହୋଇଥିବା କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସେପଟେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଚାଷ ଜମିକୁ ପାଣି ଦେଇପାରିଲେ ନାହିଁ । ଏବେ ନୂଆ କୃଷିନୀତି କେବଳ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କୃଷିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା କାଳିଆ ଯୋଜନାର ଅବଧିରେ ବୃଦ୍ଧି ଘଟାଯାଇଛି । ୬ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏକ କୃଷି ନୀତି ଆଣିବାକୁ ଯାଉଛନ୍ତି।ଆସନ୍ତା 5 ବର୍ଷ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । କୃଷି ଏବଂ କୃଷକ ଏବଂ ମହିଳା ଚାଷୀଙ୍କ ବିକାଶ ପାଇଁ ଏହି ଯୋଜନା ଆସନ୍ତା 5 ବର୍ଷ ପାଇଁ ଲାଗୁ କରାଯିବା ନେଇ କୃଷି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ କୃଷି ଯୋଜନା 2019 ଅନୁଯାୟୀ ଶୁକ୍ରବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ଏହି ଯୋଜନାରେ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯିବା ନେଇ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ନୂତନ କୃଷି ନିତିରେ ଫୋକସରେ କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ କୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ କୃଷିନୀତି-୨୦୧୯ର ଚିଠା ପ୍ରକାଶ ପାଇଛି । ଯେଉଁଥିରେ ଚାଷୀଙ୍କ ବିକାଶକୁ ଦୃଷ୍ଟିରେ ରଖି ବିସ୍ତୃତ ଖସଡା ପ୍ରସ୍ତୁତ କରାଯାଇଛି ।
Body:ଚାଷୀଙ୍କ କ୍ରମାଗତ ଆୟ ବହୁଗୁଣିତ ବୃଦ୍ଧି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।ସେହିପରି ପ୍ରସ୍ତାବିତ କୃଷି ନୀତିରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟରେ ମୋଟ ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତ ମହିଳା ଶ୍ରମିକ । ଏଣୁ ସେମାନଙ୍କ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ରାଜ୍ୟରେ ୫ ଲକ୍ଷ ଭୂମିହୀନ ମହିଳା ଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ୱତନ୍ତ୍ର ଶ୍ରେଣୀରେ ଗ୍ରହଣ କରାଯାଇ ଉତଥାନ ପାଇଁ ପଦକ୍ଷେପ ନିଆଯିବ ।

Conclusion:ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶ ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଛି । ସେହିପରି ମହିଳା ଚାଷୀଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା କରାଯିବାକୁ ସରକାର କୃଷି ନୀତିରେ ଗୁରୁତ୍ୱ ଦେଇଛନ୍ତି । ମହିଳା ଚାଷୀଙ୍କୁ ତାଲିମ ଦେବା ପାଇଁ ଯୋଯନାରେ ସ୍ତାନ ଦିଆଯାଇଛି ।ଏହା ସହ।ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବ। ମହିଳା ଚାଷୀଙ୍କୁ ସୁହାଇବା ଭଳି ଯନ୍ତ୍ରପାତି ବିକାଶ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର ।
ଏନେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ , ଏ କୃଷି ନୀତି କୁ ନେଇ କର୍ମଶାଳା ନିଆଯାଇ ଉନ୍ନତ ମାନଙ୍କର ଚାଷୀ ଓ ବୈଜ୍ଞାନିକ ମାନଙ୍କ ମତ ନିଆଯାଇ ଏ କୃଷି ନୀତି ତିଆରି ହୋଇଛି ।ଜନସାଧାରଣ ଙ୍କ ମଧ୍ୟ ଏ ନେଇ ମତାମତ ନିଆଯାଇଛି ।ଚାଷ ଜମି ଅନୁସାରେ ଜନସଂଖ୍ୟା ବଢିଛି ।ଉନ୍ନତ ଞ୍ଚନ କୈଶଳ ଓ ବିହନ ,କମ୍ ଖର୍ଚ୍ଚ ରେ ଅଧିକ ଉତ୍ପାଦନ ହେଇପାରିବ ତାହା ଉପରେ ଏହି କୃଷି ନିତି ରେ ଗୁରୁତ୍ୱ ଦେଇଛୁ ।

ସେପଟେ ବିଜେପି ଏହି କୃଷି ନିତିକୁ ନେଇ କହିଛି ଯେ,ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଚାଷ ଜମି କୁ ପାଣି ଦେଇପାରିଲେ ନାହିଁ ,ଏବେ ନୂଆ କୃଷିନୀତି କେବଳ ଦିନରେ ଲଣ୍ଠନ ଦେଖେଇବା ସଦୃଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.