ETV Bharat / city

ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି: ନିରଞ୍ଜନ ମିଶ୍ର

author img

By

Published : Feb 3, 2022, 4:25 PM IST

Updated : Feb 3, 2022, 4:47 PM IST

କରୋନା କଟକଣା ଭିତରେ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟ ରାଜ୍ୟ ସରକାରଙ୍କୁ 2 ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି: ନିରଞ୍ଜନ ମିଶ୍ର
ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି: ନିରଞ୍ଜନ ମିଶ୍ର

ଭୁବନେଶ୍ବର: କରୋନା କଟକଣା ଭିତରେ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟ ରାଜ୍ୟ ସରକାରଙ୍କୁ 2 ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି ଏବଂ ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିସ୍ପତ୍ତି ନିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ କରୋନା କଟକଣା ମଧ୍ୟରେ ଅନେକ ଜିନିଷ ଖୋଲାଯାଇଛି । କିନ୍ତୁ, ସରକାର ବିଦ୍ୟାଳୟ ଗୁଡିକୁ ବନ୍ଦ କରି ରଖିଛନ୍ତି । ଯଦି ଅନ୍ୟ ସମସ୍ତ କାର୍ଯ୍ୟ କଟକଣା ଭିତରେ ଚାଲିପାରିବ, ତାହେଲେ ବିଦ୍ୟାଳୟ କାହିଁକି ବନ୍ଦ ରହିବ ବୋଲି ହାଇକୋର୍ଟ କହିଛନ୍ତି । ବିଦ୍ୟାଳୟ ବନ୍ଦ ରହିବା ଯୋଗୁଁ ପିଲାମାନଙ୍କର ପାଠପଢା ପ୍ରଭାବିତ ହେଉଛି ବୋଲି କହିଛନ୍ତି ହାଇକୋର୍ଟ ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯାହା ନିର୍ଦ୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ପଦକ୍ଷେପ ନେବେ । ସେପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶ ଆସିଛି ତାହା ସ୍ବାଗତ ଯୋଗ୍ୟ ଅଟେ । ଅତି କମରେ 3 ମାସ ଧରି ଅଫଳାଇନରେ ପାଠ ପଢା ହଉ ଏବଂ ଅଫଲାଇନରେ ପରୀକ୍ଷା କରାଯାଉ । ପିଲାମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଉ । ଏଭଳି ସମୟରେ ଅଭିଭାବକଙ୍କର ଚିନ୍ତାକୁ ହ୍ରାସ କରାନ୍ତୁ ରାଜ୍ୟ ସରକାର ବୋଲି କହିଛନ୍ତି ବାସୁଦେବ ଭଟ୍ଟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 3, 2022, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.