ଭୁବନେଶ୍ବର: କୋଭିଡ ଗାଇଡଲାଇନ ନିୟନରେ ସାମାନ୍ୟ ପରିବର୍ତ୍ତନ ଆଣିଲେ ସରକାର । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ କିଛି ପରିବର୍ତ୍ତନ କରାଯାଇଛି ।
![ଆସିଲା ନୂଆ ଗାଇଡଲାଇନ](https://etvbharatimages.akamaized.net/etvbharat/prod-images/od-bbs-5-srconcovid-avo-7205239_06112020195316_0611f_1604672596_587.png)
ପୂର୍ବରୁ ବିବାହ ଭୋଜି ଓ ଉତ୍ସବରେ 200 ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଗାଇଡଲାଇନ ଜାରି କରିଥିଲେ । ଏବେ ଏଥିରେ ପରିବର୍ତ୍ତନ ଅଣାଯାଇଛି । ନିଜ ଜିଲ୍ଲାର କୋଭିଡ ସଂକ୍ରମଣ ସ୍ଥିତି ଦେଖି ଏଣିକି ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେବେ ବୋଲି ନୂଆ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ