ETV Bharat / city

ରାଜନୈତିକ ଦଳଙ୍କୁ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାର ଦେଇଛନ୍ତି ଜମି - ସରକାର ଦେଇଛନ୍ତି ଜମି

ରାଜନୈତିକ ଦଳ ମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ଜମି ଯୋଗାଇ ଦିଆଯାଇଛି । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସରକାର ଦେଇଛନ୍ତି ଜମି
ସରକାର ଦେଇଛନ୍ତି ଜମି
author img

By

Published : Sep 4, 2021, 12:56 PM IST

ଭୁବନେଶ୍ବର: ରାଜନୈତିକ ଦଳ ମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ଜମି ଯୋଗାଇ ଦିଆଯାଇଛି । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ଅନୁସାରେ ଶାସକ ବିଜୁ ଜନତା ଦଳକୁ 1 ଏକର 183 ଡିସିମିଲ ଜାଗା ଯୋଗାଇ ଦେଇଛନ୍ତି ସରକାର।

ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ଏକର ପିଛା 10 କୋଟି 47 ଲକ୍ଷ ଟଙ୍କା ବ୍ୟୟରେ ଏହି ଜମି ଦିଆଯାଇଛି । ମୋଟ ଜମି ପାଇଁ ବିଜେଡି ୧୨ କୋଟି 38 ଲକ୍ଷ ଟଙ୍କା ପୈଠ କରିଛି । ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦୁଇଟି ପ୍ଲଟ ଦେଇଛନ୍ତି ସରକାର । ଦୁଇଟି ପ୍ଲଟ ପାଇଁ ବିଜେପି 25 କୋଟି 81 ଲକ୍ଷ ଟଙ୍କା ପୈଠ କରିଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

ସେହିଭଳି ମନ୍ତ୍ରୀ କହିଛନ୍ତି ଅତୀତରେ ରାଜଧାନୀ ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟ ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ, ୧୯୯୨ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭ ଶହ ୯୧ ଟଙ୍କା ୪୫ ପଇସା ମୂଲ୍ୟରେ ୧୭୮ ଡିସିମିଲ ଏବଂ ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ ହଜାର ୬୦୦ ଟଙ୍କା ହିସାବରେ ୮ ଶହ ୬୧ ଟଙ୍କା ୩୪ ପଇସା ମୂଲ୍ୟରେ ୧୨୯ ଡିସିମିଲ ପରିମିତ ସରକାରୀ ଜମି ଲିଜ ସୂତ୍ରରେ ନେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.