ETV Bharat / city

‘ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟୁଛନ୍ତି ସରକାର ଓ ଟାଟା ପାଓ୍ବାର’

author img

By

Published : Aug 4, 2021, 8:01 PM IST

ବିଦ୍ୟୁତ ବିଲ୍ ରେ ସାଧାରଣ ଲୋକଙ୍କୁ ଲୁଟୁଛି ଟାଟା ପାୱାର । ରାଜସ୍ବ ଆଦାୟ ଦାୟିତ୍ବ ନେବାର ବର୍ଷେ ପରେ ସାମ୍ନାକୁ ଆସିଛି ପ୍ରକୃତ ରୂପ । ରାଜ୍ୟ ସରକାର ମଧ୍ୟ ଏଥିରେ ସାମିଲ । ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ...

‘ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟୁଛନ୍ତି ସରକାର ଓ ଟାଟା ପାଓ୍ବାର’
‘ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟୁଛନ୍ତି ସରକାର ଓ ଟାଟା ପାଓ୍ବାର’

ଭୁବନେଶ୍ବର: ବିଦ୍ୟୁତ ଦେୟରେ ସାଧାରଣ ଲୋକଙ୍କୁ ଲୁଟଛି ଟାଟା ପାୱାର । ସରକାର ତାଙ୍କ ବ୍ୟବସାୟିକ ଲାଭକୁ ପ୍ରାଥମିକତା ଦେଇ ଟାଟା ପାୱାର ହାତକୁ ବିଦ୍ୟୁତ ବିତରଣ ଓ ରାଜସ୍ବ ଆଦାୟ ଦାୟିତ୍ବ ଦେବା ସହ ୫୧ ପ୍ରତିଶତ ଅଂଶଧନ ବିକ୍ରି କରିଦେଲେ ରାଜ୍ୟ ସରକାର । ମାତ୍ର ବର୍ଷେ ଭିତରେ ଟାଟା ପାୱାରର ଅସଲ ରୂପ ସାମ୍ନାକୁ ଆସିଛି । ରାଜଧାନୀରେ ସରକାରଙ୍କ ଜ୍ଞାତସାରରେ ଟାଟା କମ୍ପାନୀ ଜନତାଙ୍କୁ ଲୁଟ ଚାଲିଛି । ଏପରି ଅଭିଯୋଗ ଆଣିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଆୟୋଜିତ ପ୍ରେସମିଟରେ ରାଜ୍ୟ ସରକାର ଉପରେ ଏପରି ଢଙ୍ଗରେ ବର୍ଷିଛନ୍ତି ଦଳୀୟ ମୁଖପାତ୍ର ଅମୀୟ ପାଣ୍ଡବ ।

ଅମୀୟ କହିଛନ୍ତି,କୋରୋନା ପୂର୍ବରୁ 50ରୁ 100 ୟୁନିଟ ପର୍ଯ୍ୟନ୍ତ 2 ଟଙ୍କା 50 ପଇସା , 100ରୁ 200 ୟୁନିଟ ପର୍ଯ୍ୟନ୍ତ 4 ଟଙ୍କା 30 ପଇସା ଦେୟ ନେଉଥିଲେ। ଓଇଆରସି ନିୟମ ଅନୁସାରେ ଟାରିଫ ଥରେ ବଢ଼ାଇ ପାରିବାକୁ ନିୟମ ଥିବାବେଳେ ବେଆଇନ ଭାବେ ଦୁଇ ଦୁଇ ଥର ବଢ଼ାଗଲା । ପୂର୍ବରୁ ଗୋଟିଏ ମାସର ବିଲ ଠିକ ସମୟରେ ଆସୁଥିଲା । କିନ୍ତୁ ଏବେ ମେ ମାସ 5 ତାରିଖ ଭିତରେ ବିଲ ନଦେଇ ଜାଣିଶୁଣି 20 ତାରିଖ ପରେ ବିଲ ଆଦାୟ କରିବା ପାଇଁ ଆସୁଛନ୍ତି । ଏପରି କରି ସୁଚିନ୍ତିତ ଭାବେ କୋଟି କୋଟି ଟଙ୍କା ଲୁଟ ହେଉଥିବା ଅଭିଯୋଗ କରିଛି ଦଳ ।

ଆହୁରି ମଧ୍ୟ କଂଗ୍ରେସ କହିଛି, ଟାଟା ପାୱାର ଏକ ଛାତ୍ରବାଦ ଶାସନ ଚଳାଇଛି । ମନଇଚ୍ଛା ବିଦ୍ୟୁତ କଟା ଯାଉଛି । ବେଆଇନ ଭାବେ ବର୍ଦ୍ଧିତ ବିଲ ଆଦାୟ ହେଉଛି । ସେହିପରି ଟାଟା ପାୱାର ବିଦ୍ୟୁତ ଦାୟିତ୍ବ ନେବା ପରେ କୌଣସି ଭିତ୍ତିଭୂମି ମଧ୍ୟ ସଜାଡି ନାହିଁ । କିନ୍ତୁ ଆସୁ ଆସୁ ସାଧାରଣ ଲୋକଙ୍କ ଉପରେ ବର୍ଦ୍ଧିତ ଦରର ବୋଝ ଲଦିଛି ବୋଲି ଅଭିଯୋଗ କରିଛି ଦଳ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.