ଭୁବନେଶ୍ବର: ଚଢା ସୁନା ଦର । ତା ଉପରେ ପୁଣି ଲଗାଣ ବର୍ଷା । ଏ ସବୁ ଧନତେରସ ବଜାରକୁ ପୂରା ପାଣିଚିଆ କରିଦେଇଛି । ଯେଉଁଥିପାଇଁ ଆଜିର ଦିନରେ ରାଜଧାନୀ ଗହଣା ଦୋକାନ ଖାଁ ଖାଁ । ଆଶା ମୁତାବକ ଜମୁନି ଗ୍ରାହକଙ୍କୁ ଭିଡ । ଏ ନେଇ ଅନିଶ୍ଚିତତା ଭିତରେ ବେପାରୀ ।
ଏପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦୋକାନ ଆଗରେ ଲଗାଯାଇଛି ମନଲୋଭା ଅଫର ହୋର୍ଡିଂ । ମେକିଙ୍ଗ ଚାର୍ଡରେ ଦିଆଯାଉଛି ବିଗ ଡିସକାଉଣ୍ଟ । କିଏ ଗହଣା କିଣିଲେ ଗୋଲ୍ଡ ଓ ସିଲଭର କଏନ ଦେଉଛି ତ ପୁଣି କେହିଲକି ଡ୍ର ଜିତିଥିବା ଗ୍ରାହକଙ୍କୁ ବିଦେଶ ଯିବା ଟିକେଟ । ଏଥିସହ ଗ୍ରହକଙ୍କନ ନିଜ ଆଡକୁ ଟାଣିବା ପାଇଁ ରଙ୍ଗୀନ ଆଲୋକମାଳାରେ ଦୋକାନୀକୁ ସଜେଇଛନ୍ତି ବେପାରୀ ।
ଶୁକ୍ରବାର ରାଜଧାନୀରେ ସୁନା ଦର 10 ଗ୍ରାମ ପିଛା 37 ହଜାର 700 ଟଙ୍କା ଥିବା ବେଳେ କିଲେ ରୂପା ଦାମ 40 ହଜାର ଟଙ୍କା ରହିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ