ETV Bharat / city

ଲିଙ୍ଗରାଜ ମନ୍ଦିରରୁ ଚେନ ଲୁଟ, ସବୁ ଶୁଣି ସ୍ଥାଣୁ ସାଜିଲା ପୋଲିସ

ଦିନ ଦ୍ବିପ୍ରହରରେ ଚେନ ଲୁଟିନେଲେ ଲୁଟେରା । ପୁଣି ଲିଙ୍ଗରାଜ ମନ୍ଦିର ଭିତରୁ । ଏନେଇ ମନ୍ଦିର ପ୍ରଶାସନ ଓ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

lingaraj-templ
lingaraj-templ
author img

By

Published : Feb 13, 2020, 9:44 PM IST

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଗର୍ଭ ଗୃହରେ ସୁନା ଚେନ ଚୋରି । ଏହି ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଓ ଲିଙ୍ଗାରଜ ଥାନାକୁ ଜଣାଇବା ପରେ ମଧ୍ୟ ଫେଲ ମାରିଛି କାର୍ଯ୍ୟାନୁଷ୍ଠାନ । ସଙ୍ଗେ ସଙ୍ଗେ ଯାଞ୍ଚ କରିଥିଲେ ହୁଏ ତ ମିଳିପାରିଥାନ୍ତା ବୋଲି କହିଛନ୍ତି ଅଭିଯୋଗକାରୀ ।

ଲିଙ୍ଗରାଜ ମନ୍ଦିରରୁ ଚେନ ଚୋରି, ସବୁ ଶୁଣି ସ୍ଥାଣୁ ପାଲଟିଲା ସାଜିଲା ପୋଲିସ

ଦିନ 1ଟା ସମୟ। ସଂକ୍ରାନ୍ତି ଥିବାରୁ ଶିଶୁପାଳଗଡ ଅଞ୍ଚଳର ଦିନେଶ କୁମାର ରଥ ଓ ତାଙ୍କ ମା’ ଦର୍ଶନ କରିବାକୁ ଲିଙ୍ଗରାଜ ମନ୍ଦିର ଯାଇଥିଲେ । ହେଲେ ମନ୍ଦିରରେ ଦର୍ଶନ କରିବା ସମୟରେ ବାହାରୁ ଆସିଥିବା କିଛି ଯାତ୍ରୀ ମାନେ ଅଧିକ ସଂଖ୍ୟାରେ ହୋଇଯିବାରୁ ସେହି ସମୟରେ ଦିନେଶଙ୍କ ମାଆଙ୍କ ବେକରେ ରହିଥିବା 35 ଗ୍ରାମର ସୁନା ଚେନଟି ଚୋରି ହୋଇଯାଇଥିଲା । ପରେ ଏହି ବାବଦରେ ମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସିସିଟିଭି ଯାଞ୍ଚ କରିବାକୁ ମନା କରିଦେଇଥିଲେ ଅଧିକାରୀ ।

ପରେ ମନ୍ଦିର ପ୍ରଶାସନ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଦିନେଶ ଲିଙ୍ଗରାଜ ଥାନା ମନ୍ଦିରକୁ ଯିବା ଆସିବା କରିବାରେ ପ୍ରାୟ 2 ଘଣ୍ଟାଏ ସମୟ ଲାଗିଯାଇଥିଲା। ଅନ୍ୟପଟେ ପୋଲିସର ସହଯୋଗ ନଥିବା ବେଳେ ସୁନା ଚେନ ମିଳିପାରି ନଥିଲା। ମନ୍ଦିର ଭିତର ଭାଗରେ ସିସିଟିଭି ନଥିବାବେଳେ ଅନେକ ସିସିଟିଭି କାର୍ଯ୍ୟ କରୁନାହିଁ । ଅନ୍ୟପଟେ ସକାଳ 1ଟା ସମୟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଏଫଆଇଆର କପି 5 ଘଣ୍ଟା ପରେ ଦେଇଛି ପୋଲିସ । ଅସଲରେ ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରୁଛି ବୋଲି କହିଛନ୍ତି ଦିନେଶ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.