ETV Bharat / city

ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡିଶାରେ ପ୍ରୟୋଗ କରାଯିବ: ଗୋଲକ ମହାପାତ୍ର

ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ଅଧିକ ପଢ଼ନ୍ତୁ

uttar pradesh formula will apply in odisha says golaka mohapatra
ଉତ୍ତର ପ୍ରଦେଶ ଫର୍ମୁଲ୍ଲାକୁ ଓଡିଶାରେ ପ୍ରୟୋଗ କରାଯିବ: ଗୋଲକ ମହାପାତ୍ର
author img

By

Published : Sep 5, 2022, 10:47 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ପ୍ରଭାରୀ ସୁନୀଲ ବଂଶଲ (sunil bansal visit odisha)। ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡ଼ିଶାରେ ପ୍ରୟୋଗ କରିବେ ବଂଶଲ । ଏହା ସହ ୨୦୨୪ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବେ । ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ଉତ୍ତର ପ୍ରଦେଶ ଫର୍ମୁଲାକୁ ଓଡିଶାରେ ପ୍ରୟୋଗ କରାଯିବ

ଗୋଲକ ମହାପାତ୍ର କହିଛନ୍ତି, "ସୁନୀଲ ବଂଶଲ ଉତ୍ତର ପ୍ରଦେଶରେ ପ୍ରଭାରୀ ଦାୟିତ୍ୱରେ ଥିଲେ । ଉତ୍ତରପ୍ରଦେଶରେ ସରକାର ଗଠନରେ ସୁନୀଲ ବଂଶଲଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ଉତ୍ତରପ୍ରଦେଶରେ ଯେତିକି ସିଟର ଦାୟିତ୍ଵ ତାଙ୍କ ଉପରେ ଥିଲା । ଠିକ୍ ସେତିକି ସିଟ ଅର୍ଥାତ ଓଡିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ଗୁରୁ ଦାୟିତ୍ଵ ତାଙ୍କୁ ଦିଆଯାଇଛି । ଅପରାହ୍ନରେ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ଆଲୋଚନା ହୋଇଛି । ଦଳକୁ ଆହୁରି ସକ୍ରିୟ କରାଯିବ, 2024 ଲାଗି ରଣନୀତି ପ୍ରସ୍ତୁତ କରାଯିବ । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖକୁ ନିଆଯିବ। ଉତ୍ତର ପ୍ରଦେଶ ଫର୍ମୁଲା ଓଡିଶାରେ ପ୍ରୟୋଗ କରାଯିବ। ବଂଶଲଙ୍କ ସାଙ୍ଗଠନିକ କୁଶଳତା ଓଡିଶାର କାର୍ଯ୍ୟକର୍ତ୍ତାଙ୍କୁ ଶିଖିବାକୁ ମିଳିବ । ଓଡ଼ିଶାର ସଙ୍ଗଠନକୁ କିଭଳି ଆହୁରି ଗତି ଦିଆଯିବ ସେନେଇ ଆଲୋଚନା ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ସୁନୀଲ ବଂଶଲ, ପ୍ରସ୍ତୁତ ହେବ ବିଜେପିର 2024 ରୋଡ ମ୍ୟାପ

ଗୋଲକ ଆହୁରି କହିଛନ୍ତି, ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଦୁଇ ଦିନ ଧରି ଦଳୀୟ କାର୍ଯ୍ୟକ୍ରମ ଚାଲିବ । ଆଜି ବିଭିନ୍ନ ପର୍ଯ୍ୟାୟରେ ବୈଠକ ହେବ । ଆସନ୍ତାକାଲି ମଧ୍ୟ ସମସ୍ତ ଜିଲ୍ଲାର ସଭାପତି, ରାଜ୍ୟର ସମସ୍ତ ପଦାଧିକାରୀ, ଦଳର କୋର କମିଟି ସହ ବୈଠକ କରିବେ ସୁନୀଲ । ବ୍ୟାପକ ମାତ୍ରାରେ ସାଙ୍ଗଠନିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିଚାର ବିମର୍ଶ କରାଯିବ । ତାଙ୍କଠାରୁ ମିଳୁଥିବା ଟିପ୍ସ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଗଠନ କରିବା ଦିଗରେ ସହାୟକ ହେବ । ଯାହା ବିଜେପିର ସଙ୍ଗଠନକୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ଓ ଆହୁରି ସୁଦୃଢ କରିବ । ମୋଦି ସରକାରଙ୍କ ଦିଲ୍ଲୀର ବାର୍ତ୍ତା ପଲ୍ଲୀରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ । ଏହାଦ୍ଵାରା ହିଁ ବିଜେପିକୁ ସଫଳତା ମିଳିପାରିବ । କେନ୍ଦ୍ର ସରକାରଙ୍କର ସଫଳତା, ରାଜ୍ୟ ସରକାରଙ୍କର ବିଫଳତାର ବାର୍ତ୍ତାକୁ ଗ୍ରାଉଣ୍ଡ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପଡିବ ବୋଲି ଗୋଲକ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.