ETV Bharat / city

Budget 2022: ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଗୋଲକ ମହାପାତ୍ରଙ୍କ ଟିପ୍ପଣୀ - Union Budget

କେନ୍ଦ୍ର ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷରେ ଆଗତ ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମଧ୍ୟମ ଓ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ । ଅଧିକ ପଢନ୍ତୁ

ଗୋଳକ
ଗୋଳକ
author img

By

Published : Feb 2, 2022, 9:36 PM IST

Updated : Feb 2, 2022, 10:53 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷରେ ଆଗତ ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମଧ୍ୟମ ଓ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଗୋଲକ ମହାପାତ୍ରଙ୍କ ଟିପ୍ପଣୀ

ଏହାକୁ ନେଇ ଗୋଲକ ମହାପାତ୍ର କହିଛନ୍ତି ଯେ ପ୍ରତି ମାସରେ ଓଡିଶାକୁ ୩ କୋଟି ୨୬ ଲକ୍ଷ ଲୋକମାନଙ୍କୁ ଚାଉଳ ଭାରତ ସରକାର ଯୋଗାଇ ଦେଉଛନ୍ତି। ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି ଏବଂ ପାଇଖାନା ବି ଦେଇଛନ୍ତି।

ଯେଉଁ ଗରୀବ କଲ୍ୟାଣ ଯୋଜନା ଚାଲୁଥିଲା ସବୁ ଚାଲୁଛି। କୌଣସି ଯୋଜନାକୁ କଟାଯାଇନାହିଁ । ବରଂ ଅଧିକ ନୂତନ ଯୋଜନା ଆରମ୍ଭ କରାଯାଇଛି। ତେଣୁ ବଜେଟରେ ଗରିବ ଲୋକ ନିଶ୍ଚିତ ଭାବେ ଉପକୃତ ହେବେ। ପୂର୍ବାପେକ୍ଷା ଏହି ବଜେଟ ଅଧିକ ମାତ୍ରାରେ ଅର୍ଥର ବରାଦ ହୋଇଥିବା କହିଛନ୍ତି ଗୋଲକ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 2, 2022, 10:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.