ଭୁବନେଶ୍ବର: ବିଧବା ଭତ୍ତା ଆବେଦନକାରୀଙ୍କୁ ଖୁବଶୀଘ୍ର ମିଳିବ ଭତ୍ତା । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଆଜି (ସୋମବାର) ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସିଥିଲା । ବୈଠକରେ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ ପାଇଛି । କମିଟି ଅଧ୍ୟକ୍ଷ ଅଶ୍ବିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ , ଯେଉଁମାନେ ଭତ୍ତା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଦେବାକୁ ବିଭାଗକୁ ପରାମର୍ଶ ଦେଇଛନ୍ତି ।
କମିଟି ଅଧ୍ୟକ୍ଷ କହିଛନ୍ତି ଅନେକ ସ୍ଥାନରେ କିଛି ହିତାଧିକାରୀ ଆବେଦନ କରିବାର ଅଳ୍ପ ଦିନ ମଧ୍ୟରେ ଭତ୍ତା ପାଉଥିବା ବେଳେ କିଛି ସ୍ଥାନରେ ଦୀର୍ଘ ଦିନ ପରେ ବି ମିଳୁନି ଭତ୍ତା ତେଣୁ ଯଥାଶୀଘ୍ର ବିଚାର କରି ଆବେଦନ କାରୀଙ୍କୁ ଭତ୍ତା ଅର୍ଥ ଦେବାକୁ କମିଟି ସୁପାରିଶ କରିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ