ଭୁବନେଶ୍ବର: ଦ୍ଵାପର ଯୁଗର ପ୍ରସିଦ୍ଧ କାବ୍ୟ ମହାଭାରତ ଯୁଦ୍ଧ ସାରା ଦୁନିଆକୁ ଏକ ସୁନ୍ଦର ସନ୍ଦେଶ । ସେହି ମହାକାବ୍ୟର ଏକ ଅଂଶରେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧରେ କର୍ଣ୍ଣ ବଧ ହୋଇଛି । ଯାହାକୁ ସଂସ୍କୃତି ବିହାର କଟକର କଳାକାରମାନେ ଗୀତିନାଟ୍ୟ କର୍ଣ୍ଣ ବଧ ମାଧ୍ୟମରେ ବେଶ ଉତ୍କର୍ଷତା ମାଧ୍ୟମରେ ପରି ପ୍ରକାଶ କରିଛନ୍ତି । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଥିବା ଗୀତିନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟାର ଏହି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକମାନେ ମନଭରି ଉପଭୋଗ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ