ETV Bharat / city

12 ବର୍ଷର ସମ୍ପର୍କ ପରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା, ନ୍ୟାୟ ପାଇଁ ଓଏଚଆରସିର ଦ୍ବାରସ୍ଥ - 12 ବର୍ଷର ପ୍ରେମ ସମ୍ପର୍କରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା

12 ବର୍ଷର ପ୍ରେମ ସମ୍ପର୍କରେ ପଡିଲା ଫାଟ। ନିଜ ପୁରୁଷ ବନ୍ଧୁଙ୍କୁ ନିର୍ମମ ହତ୍ୟା କରିଥିବା ପ୍ରେମିକା ନାମରେ ସାଙ୍ଘାତିକ ଅଭିଯୋଗ।

murder
12 ବର୍ଷର ପ୍ରେମ ସମ୍ପର୍କରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା
author img

By

Published : Jul 28, 2020, 8:07 PM IST

ଭୁବନେଶ୍ବର: ପ୍ରେମ ପରେ ପ୍ରତାରଣା। 12 ବର୍ଷର ପ୍ରେମ ସମ୍ପର୍କରେ ପଡିଲା ଫାଟ। ନିଜ ପୁରୁଷ ବନ୍ଧୁଙ୍କୁ ନିର୍ମମ ହତ୍ୟା କରିଥିବା ପ୍ରେମିକା ନାମରେ ସାଙ୍ଘାତିକ ଅଭିଯୋଗ। ପ୍ରେମିକା ଜଣେ ପୋଲିସ କର୍ମୀ ଭାବରେ କାର୍ଯ୍ୟରତ। 12 ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। କେନ୍ଦ୍ରାପଡା ଜିଲ୍ଲାର ଦେବାଶିଷ ସେଠୀ ତାଙ୍କର ସହପାଠୀନି ଚନ୍ଦ୍ରିକା ମହାପାତ୍ର ଯିଏ କି ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଥାନାରେ ଏସଆଇ ଅଛନ୍ତି। ତାଙ୍କ ନାମରେ ଏବେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତକ ଦେବାଶିଷଙ୍କ ପରିବାର ।

12 ବର୍ଷର ପ୍ରେମ ସମ୍ପର୍କରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ପୁରୁଷ ବନ୍ଧୁ ଦେବାଶିଷକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦେବାଶିଷକୁ 4 ତାରିଖରେ ଫୋନ କରି ଚନ୍ଦ୍ରିକା ପୁରୀ ଡାକିଥିଲେ। କେନ୍ଦ୍ରାପଡାରୁ ଦେବାଶିଷ ଘରୁ ବାହାରି ରାତିରେ ପୁରୀ ଆସିଥିଲେ। କିନ୍ତୁ ଆଉ ଦେବାଶିଷଙ୍କ ଫୋନ ଲାଗି ନଥିଲା। ସକାଳ ସମୟରେ ପୁରୀ ନିକଟସ୍ଥ ଥିବା ଭାର୍ଗଭୀ ନଦୀ ମୁହାଣରେ ଦେବାଶିଷଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ 2 ଜଣଙ୍କୁ ଅଟକ ରଖିଛି ପୋଲିସ।

କିନ୍ତୁ ଚନ୍ଦ୍ରିକା ମହାପାତ୍ର ଯିଏ କି, ଦେବାଶିଷଙ୍କର ପ୍ରେମିକା ଥିଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସେ ଏବେ ଖୁଲମଖୁଲା ଭାବେ ବୁଲୁଛନ୍ତି। ଚନ୍ଦ୍ରିକାଙ୍କୁ ଯଥାଶୀଘ୍ର ତଦନ୍ତ ପରିସରକୁ ଅଣାଯାଉ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ମାନାବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଓ 30 ଲକ୍ଷ ଟଙ୍କା ତାଙ୍କ ପରିବାରକୁ ଦିଆଯାଉ ବୋଲି ଦାବି କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.