ETV Bharat / city

ଆରମ୍ଭ ହେଲା ‘ଗାଁ ଆମ୍ବ ପସରା’, ଗାଁ ବଗିଚାର ଆମ୍ବ ପାଇବେ ରାଜଧାନୀବାସୀ - ଗାଁ ଆମ୍ବ ପସରା

ସହରରେ ସୁସ୍ବାଦୁ ଗାଁ ଆମ୍ବର ସମ୍ଭାରକୁ ନେଇ ସୋମବାରଠୁ ଆରମ୍ଭ ହେଲା ଗାଁ ଆମ୍ବ ପସରା । ଅର୍ଥାତ ରାଜଧାନୀବାସୀ ଗାଁ ବଗିଚାର ପାଚିଲା ଆମ୍ବ ସିଧାସଳଖ ସହରରେ ପାଇପାରିବେ । ରାଜଧାନୀବାସୀଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି ଓର୍ମାସ । ଅଧିକ ପଢନ୍ତୁ...

ଆରମ୍ଭ ହେଲା "ଗାଁ ଆମ୍ବ ପସରା"
ଆରମ୍ଭ ହେଲା "ଗାଁ ଆମ୍ବ ପସରା"
author img

By

Published : Jun 7, 2021, 5:32 PM IST

Updated : Jun 7, 2021, 5:40 PM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ‘ଗାଁ ଆମ୍ବ ପସରା’ । ସହରରେ ସୁସ୍ବାଦୁ ଗାଁ ଆମ୍ବର ସମ୍ଭାରକୁ ନେଇ ସୋମବାରଠୁ ଆରମ୍ଭ ହେଲା ଗାଁ ଆମ୍ବ ପସରା । ଅର୍ଥାତ ରାଜଧାନୀବାସୀ ଗାଁ ବଗିଚାର ପାଚିଲା ଆମ୍ବ ସିଧାସଳଖ ସହରରେ ପାଇପାରିବେ । ଆଉ ରାଜଧାନୀବାସୀଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି ଓର୍ମାସ ।

ଆରମ୍ଭ ହେଲା "ଗାଁ ଆମ୍ବ ପସରା"

ଆଗକୁ ରଜ ସାବିତ୍ରୀ ଆସୁଥିବାରୁ ଏହି ଦିନ ଗୁଡିକରେ ଆମ୍ବର ଚାହିଦା ବେଶୀ ରହିଥାଏ। ଏହି ଚାହିଦାକୁ ନଜରରେ ରଖି ରାଜ୍ୟର ୫ ଜିଲ୍ଲାର ଚାଷୀମାନେ ଭଳିକି ଭଳି ବଗିଚାର ଆମ୍ବକୁ ଆଣି ରାଜଧାନୀବାସୀଙ୍କୁ ଭେଟି ଦେଇଛନ୍ତି ।

ଓର୍ମାସ ଦ୍ବାରା ସଂଗଠିତ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମରେ ଚଳିତ ବର୍ଷ ସମ୍ବଲପୁର, ବଲାଙ୍ଗୀର, ଅନୁଗୋଳ, କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଚାଷୀ ଯୋଗ ଦେଇ ରାସାୟନିକ ଔଷଧ ବିଯୁକ୍ତ ପାଚିଲା ଆମ୍ବ ଗ୍ରାହକଙ୍କୁ ସିଧାସଳକ ବିକ୍ରି କରୁଛନ୍ତି ।

ଏହି କାର୍ଯ୍ୟକ୍ରମ ଜୁନ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବରରେ ଓରମାସ ଅଫିସ ସମେତ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ଏହି ଆୟୋଜନ କରାଯାଇଥିବା ବେଳେ ଏଥିରେ ଚାଷୀଟିକୁ ସିଧାସଳଖ ଲାଭବାନ ହେବେ ବୋଲି କହିଛନ୍ତି ଆୟୋଜକ ।

ସେପଟେ ଚାଷୀଙ୍କ ଠାରୁ ବିନା କାର୍ବାଇଟର ସୁସ୍ବାଦୁ ଓ ବଜାରଠୁ କମ ଦାମରେ ଆମ୍ବ ପାଇ ରାଜଧାନୀବାସୀ ବି ବେଶ ଖୁସିଥିବା କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jun 7, 2021, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.