ETV Bharat / city

ଅପରେସନ କ୍ଲିନଅପରେ ହାଇଦର ହେଉଥିଲା ସ୍ଥାନାନ୍ତର, ଖସିବାକୁ ଉଦ୍ୟମ ବେଳେ ହେଲା ଏନକାଉଣ୍ଟର

author img

By

Published : Jul 26, 2021, 1:51 PM IST

ଅପରେସନ କ୍ଲିନଅପରେ ହାଇଦରକୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ସେ ଖସିବାକୁ ଉଦ୍ୟମ ବେଳେ ତାକୁ ଏନକାଉଣ୍ଟର କରାଯାଇଥିବା କହିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ଅଧିକ ପଢନ୍ତୁ...

ଅପରେସନ କ୍ଲିନଅପରେ ହାଇଦର ହେଉଥିଲା ସ୍ଥାନାନ୍ତର, ଖସିବାକୁ ଉଦ୍ୟମ ବେଳେ ହେଲା ଏନକାଉଣ୍ଟର
ଅପରେସନ କ୍ଲିନଅପରେ ହାଇଦର ହେଉଥିଲା ସ୍ଥାନାନ୍ତର, ଖସିବାକୁ ଉଦ୍ୟମ ବେଳେ ହେଲା ଏନକାଉଣ୍ଟର

ଭୁବନେଶ୍ବର: କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟର ଓ ପରେ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ଜେଲ ଡିଜି । ଚୌଦ୍ବାର ଜେଲ ନିକଟରେ ହାଇଦରର ସହଯୋଗୀ ରହୁଥିବାରୁ ହାଇଦରକୁ ଅପରେସନ କ୍ଲିନଅପରେ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ହାଇଦର ଖସିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି ବୋଲି କହିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ।

କଟକ ଚୌଦ୍ବାର ଜେଲ ନିକଟରେ ରହୁଥିଲା ହାଇଦର । କେନ୍ଦ୍ରାପଡାରେ ତାର ଅନ୍ୟ ସହଯୋଗୀ ରହୁଥିବାରୁ ଅନ୍ୟ କୌଣସି ଅପରାଧ ଘଟାଇବାର ସମ୍ଭାବନା ଥିଲା । ଏ ସମ୍ପର୍କରେ ଡିସିପିଙ୍କ ମତାମତ ମଗାଯାଇଥିଲା । ଏହାପରେ ହାଇଦରକୁ ଅପରେସନ କ୍ଲିନଅପରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅପରେସନ କ୍ଲିନଅପରେ ଜେଲରେ ଥିବା ଅପରାଧୀଙ୍କ ଉପରେ ନଜର ରଖାଯାଉଛି । ଯଦି କୌଣସି ଇନପୁଟ ବା ଜେଲ କର୍ତ୍ତୃପକ୍ଷ ହୃଦୟଙ୍ଗମ କରନ୍ତି ତେବେ ଅପରାଧୀକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଥାଏ । କେବଳ ହାଇଦର ନୁହେଁ ଅନେକ ଅପରାଧୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ କୋର୍ଟଙ୍କ ଅନୁମତି କ୍ରମେ କଟକ ଡିସିପିଙ୍କ ତତ୍ତ୍ବାବଧାନରେ ସୁରକ୍ଷା ବଳୟ ହେପାଜତରେ ସ୍ଥାନାନ୍ତର କରାଯାଉଥିଲା । ସ୍ଥାନାନ୍ତର ସମୟରେ ବାଟରେ ଖସିବା ବେଳେ ପୋଲିସ ଏସକର୍ଟ ପାର୍ଟିର ଏନକାଉଣ୍ଟଟରେ ହାଇଦର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.