ଭୁବନେଶ୍ବର: ରବିବାର ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଧନଧାତ୍ରୀ ଗଜଲଷ୍ମୀ। ମା’ଙ୍କ ପୂଜା ପାଠରେ ବେଶ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର। ଗାଁ ଠାରୁ ସହର ସବୁ ପୂଜା ପେଣ୍ଡାଲରେ ମା’ଙ୍କ ଆଗମନରେ ହୋଇପଡିଛି ଉତ୍ସବ ମୁଖର।
ଗତକାଲି ମଧ୍ୟରାତ୍ରିରୁ ବେଲ ବରଣୀ ଓ ମା’ଙ୍କ ଚକ୍ଷୁ ଦାନ ସହ ଆରମ୍ଭ ହୋଇଯାଇଛି ମା’ ଗଜଲଷ୍ମୀଙ୍କ ପୂଜା। ପିଠା, ମଣ୍ଡା ସହ ଲାଗି ହେବ ଅନେକ ଭୋଗ ରାଗ । ସୋମବାରଠାରୁ 7 ଦିନ ଧରି ଚାଲିବ ମା’ଙ୍କ ବିଭିନ୍ନ ନୀତିକାନ୍ତି । ସେପଟେ ଭକ୍ତଙ୍କ ଗହଣରେ ଦେଖିବାକୁ ମିଳିଛି ପାର୍ବଣ ଉତ୍ସାହ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ