ETV Bharat / city

'ଫନି' ମୁହଁରୁ 22 ନବଜାତକଙ୍କୁ ବଞ୍ଚାଇଲେ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ - bhubaneswar

ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ନେଇ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଚର୍ଚ୍ଚାରେ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକ ମାନଙ୍କ ଅଦ୍ୟମ ସାହସ ଯୋଗୁଁ ବାତ୍ୟା 'ଫନି' ମୁହଁରୁ ୨୨ଜଣ ନବଜାତକ ବଞ୍ଚିଯାଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 10, 2019, 3:13 AM IST

ଭୁବନେଶ୍ବର: 'ଫନି' ଯିବା ପରେ ସବୁ କିଛି ଛାରଖାର ହୋଇପଡିଛି । ଅଣ୍ଟା ସଳଖି ଛିଡା ହେବାକୁ ପୁରା ଓଡିଶା ଏବେ ଉଦ୍ୟମ କରିବାରେ ଲାଗିପଡିଛି । ତେବେ 'ଫନି'ର ପ୍ରକୋପ ଥମିଯାଇଥିବା ବେଳେ ଗୋଟିଏ ଗୋଟିଏ ଅନୁଭୂତି ସାମ୍ନାକୁ ଆସୁଛି । ହେଲେ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି, ଯାହାକୁ ନେଇ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଚର୍ଚ୍ଚାରେ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକ ମାନଙ୍କ ଅଦ୍ୟମ ସାହସ ଯୋଗୁଁ ବାତ୍ୟା 'ଫନି' ମୁହଁରୁ ୨୨ଜଣ ନବଜାତକ ବଞ୍ଚିଯାଇଛନ୍ତି ।

ଚଳିତ ମାସ ୩ ତାରିଖ ଦିନ ୧୨ଟା ୩୦ ରେ ବାତ୍ୟା 'ଫନି' ସମଗ୍ର ରାଜଧାନୀରେ ଧ୍ୱଂସର ତାଣ୍ଡବ ଚଳାଇଥିବା ବେଳେ ଡାକ୍ତରଖାନା ଶିଶୁ ବିଭାଗର ଏସ୍ଏନସିୟୁଟି ମଧ୍ୟ ବାତ୍ୟା ପ୍ରକୋପରୁ ରକ୍ଷା ପାଇନଥିଲା । ପ୍ରଖର ପବନରେ ଏହାର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ୍ ସାଜ ସରଞ୍ଜାମ ସହିତ ସିଲିଂ ଗୁଡିକ ତଳେ ଥିବା ନବଜାତକମାନଙ୍କ ଉପରକୁ ପଡିବା ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଠାଇ ଜାବୁଡି ଧରିଥିଲେ । ଏଥି ସହିତ ଉପସ୍ଥିତ ବୁଦ୍ଧି ଖଟାଇ ଇନକ୍ୟୁବେଟରୁ ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେବାରୁ ସେଥିରେ ଥିବା ନବଜାତକ ମାନେ ମଧ୍ୟ ରକ୍ଷା ପାଇ
ଯାଇଥିଲେ ।

ଏସ୍ଏନସିୟୁଟି ବାତ୍ୟା ମାଡରେ ଚୁରମାର ହୋଇଯାଇଥିବା ବେଳେ ଶିଶୁମାନଙ୍କ ଜୀବନ କିନ୍ତୁ ବଞ୍ଚିଯାଇଥିଲା । ଯେତେବେଳେ ବାତ୍ୟାର ପ୍ରକୋପକୁ ଦେଖି ଶିଶୁଙ୍କ ପିତାମାତା ଓ ଅନ୍ୟ ଲୋକେ ଆତଙ୍କିତ ହେବା ସହିତ ନିଜ ଜୀବନ ବଞ୍ଚାଇବାପାଇଁ ଉଦ୍ୟମ ଚଳାଇଥିଲେ ସେତେବେଳେ ଏସ୍ଏନସିୟୁରେ କର୍ତ୍ତବ୍ୟରତ ଡାକ୍ତର, ସେବିକା ଓ ସହାୟିକାମାନେ କିନ୍ତୁ ଶିଶୁଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ।

ବାତ୍ୟା ମାଡରେ ମୁଣ୍ଡ ଉପରୁ ବଡ ବଡ ସିଲିଂ ଖଣ୍ଡ ସହିତ ବିଦ୍ୟୁତ ସାଜ ସରଞ୍ଜାମ ପଡିବାକୁ ଖାତିର ନକରି ସେବାକୁ ପ୍ରାଥମିକତା ଦେଇ ସେମାନେ ଶିଶୁଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ପାରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ସେବିକା ଓ ସହାୟିକାମାନଙ୍କ ଏଭଳି ସାହସିକ କାର୍ଯ୍ୟ ଓ ସେବା ମନୋବୃତ୍ତିକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

'ଫନି' ମୁହଁରୁ 22 ନବଜାତକଙ୍କୁ ବଞ୍ଚାଇଲେ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ

ଭୁବନେଶ୍ବର: 'ଫନି' ଯିବା ପରେ ସବୁ କିଛି ଛାରଖାର ହୋଇପଡିଛି । ଅଣ୍ଟା ସଳଖି ଛିଡା ହେବାକୁ ପୁରା ଓଡିଶା ଏବେ ଉଦ୍ୟମ କରିବାରେ ଲାଗିପଡିଛି । ତେବେ 'ଫନି'ର ପ୍ରକୋପ ଥମିଯାଇଥିବା ବେଳେ ଗୋଟିଏ ଗୋଟିଏ ଅନୁଭୂତି ସାମ୍ନାକୁ ଆସୁଛି । ହେଲେ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ନେଇ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଚର୍ଚ୍ଚାରେ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକ ମାନଙ୍କ ଅଦ୍ୟମ ସାହସ ଯୋଗୁଁ ବାତ୍ୟା 'ଫନି' ମୁହଁରୁ ୨୨ଜଣ ନବଜାତକ ବଞ୍ଚିଯାଇଛନ୍ତି । 

ଚଳିତ ମାସ ୩ ତାରିଖ ଦିନ ୧୨ଟା ୩୦ ରେ ବାତ୍ୟା 'ଫନି' ସମଗ୍ର ରାଜଧାନୀରେ ଧ୍ୱଂସର ତାଣ୍ଡବ ଚଳାଇଥିବା ବେଳେ ଡାକ୍ତରଖାନା ଶିଶୁ ବିଭାଗର ଏସ୍ଏନସିୟୁଟି ମଧ୍ୟ ବାତ୍ୟା ପ୍ରକୋପରୁ ରକ୍ଷା ପାଇନଥିଲା । ପ୍ରଖର ପବନରେ ଏହାର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ୍ ସାଜ ସରଞ୍ଜାମ ସହିତ ସିଲିଂ ଗୁଡିକ ତଳେ ଥିବା ନବଜାତ କମାନଙ୍କ ଉପରକୁ ପଡିବା ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଠାଇ ଜାବୁଡି ଧରିଥିଲେ । ଏଥି ସହିତ ଉପସ୍ଥିତ ବୁଦ୍ଧି ଖଟାଇ ଇନକ୍ୟୁବେଟରୁ ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେବାରୁ ସେଥିରେ ଥିବା ନବଜାତକ ମାନେ ମଧ୍ୟ ରକ୍ଷା ପାଇ 

ଯାଇଥିଲେ । 

ଏସ୍ଏନସିୟୁଟି ବାତ୍ୟା ମାଡରେ ଚୁରମାର ହୋଇଯାଇଥିବା ବେଳେ ଶିଶୁମାନଙ୍କ ଜୀବନ କିନ୍ତୁ ବଞ୍ଚି ଯାଇଥିଲା । ଯେତେବେଳେ ବାତ୍ୟାର ପ୍ରକୋପକୁ ଦେଖି ଶିଶୁଙ୍କ ପିତାମାତା ଓ ଅନ୍ୟ ଲୋକେ ଆତଙ୍କିତ ହେବା ସହିତ ନିଜ ଜୀବନ ବଞ୍ଚାଇବାପାଇଁ ଉଦ୍ୟମ ଚଳାଇଥିଲେ ସେତେବେଳେ ଏସ୍ଏନସିୟୁରେ କର୍ତ୍ତବ୍ୟରତ ଡାକ୍ତର, ସେବିକା ଓ 

ସହାୟିକାମାନେ କିନ୍ତୁ ଶିଶୁଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । 

ବାତ୍ୟା ମାଡରେ ମୁଣ୍ଡ ଉପରୁ ବଡ ବଡ ସିଲିଂ ଖଣ୍ଡ ସହିତ ବିଦ୍ୟୁତ ସାଜ ସରଞ୍ଜାମ ପଡିବାକୁ ଖାତିର ନକରି ସେବାକୁ ପ୍ରାଥମିକତା ଦେଇ ସେମାନେ ଶିଶୁଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ପାରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ସେବିକା ଓ ସହାୟିକାମାନଙ୍କ ଏଭଳି 

ସାହସିକ କାର୍ଯ୍ୟ ଓ ସେବା ମନୋବୃତ୍ତିକୁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.