ETV Bharat / city

ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ, ନେତାମନ୍ତ୍ରୀଙ୍କ ସମବେଦନା - କିଶୋର ମହାନ୍ତିଙ୍କ ମୃତ୍ୟୁନେଇ ନେତାମନ୍ତ୍ରୀଙ୍କ ଶୋକ ପ୍ରକାଶ

ହୃଦଘାତ ଯୋଗୁଁ ଗୁରୁବାର ସନ୍ଧ୍ୟାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି । ଏହାପରେ ବିଧାୟକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଅନେକ ନେତା ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ, ନେତାମନ୍ତ୍ରୀଙ୍କ ସମବେଦନା

author img

By

Published : Dec 30, 2021, 10:34 PM IST

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର କୁମାର ମାହାନ୍ତିଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ବିଧାୟକ ଓ ବିଜେଡିର ବରିଷ୍ଠ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି ।"

  • ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ବିଧାୟକ ଓ ବିଜେଡିର ବରିଷ୍ଠ ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି pic.twitter.com/BYuT2SnaO3

    — Pratap Jena (@jenapratap66) December 30, 2021 " class="align-text-top noRightClick twitterSection" data=" ">

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ ବର୍ମା ମଧ୍ୟ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "ଆମ ଦଳର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ମୋତେ ଗଭୀର ଭାବେ ମର୍ମାହତ କରିଛି । ପଶ୍ଚିମ ଓଡ଼ିଶାର ଜଣେ ଦକ୍ଷ ରାଜନେତା ଏବଂ ଓଡ଼ିଶା ରାଜନୀତିର ଜଣେ ବର୍ଷିୟାନ୍ ନେତାଙ୍କୁ ଆମେ ହରାଇଲୁ । ୪ ଥର ବିଧାୟକ, ରାଜ୍ୟସଭାର ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ, ସରକାରୀ ମୁଖ୍ୟ ସଚେତକ ଏବଂ ବାଚସ୍ପତି ରୂପେ ତାଙ୍କର ଅନବଦ୍ୟ ଅବଦାନ ଚିରସ୍ମରଣୀୟ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।"

ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ, ନେତାମନ୍ତ୍ରୀଙ୍କ ସମବେଦନା

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ l ଜଣେ ଲୋକପ୍ରିୟ ନେତା,ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ, ସାଂସଦ, ପଶ୍ଚିମ ଓଡିଶା ପରିଷଦର ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଧାୟକ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ୱର୍ଗତ ମହାନ୍ତିଙ୍କର ଆମ ରାଜ୍ୟ ପାଇଁ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ l"

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଟ୍ବିଟ୍‌ କରି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି, ରାଜ୍ୟସଭା ସାଂସଦ, ମୂଖ୍ୟସଚେତକ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ସେ ମୋର ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ତଥା ପାରିବାରିକ ବନ୍ଧୁ ଥିଲେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ସହିତ ସମଗ୍ର ପଶ୍ଚିମ ଓଡ଼ିଶା ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।"

  • Deeply Shocked to hear the sad demise of Sri Kishore Mohanty, former Speaker, Rajya Sabha Member, Chief Whip and MLA, Brajarajnagar. He was both my personal and family friend. His love and affection towards me will be remembered for life time. pic.twitter.com/aPjVFIDiDj

    — Naba Kisore Das (@nabadasjsg) December 30, 2021 " class="align-text-top noRightClick twitterSection" data=" ">

ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମଧ୍ୟ ବରିଷ୍ଠ ବିଜେଡି ନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ କରିଛନ୍ତି ଯେ, "ଝାରସୁଗୁଡ଼ାରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ବର୍ତ୍ତମାନ ବ୍ରଜରାଜନଗରର ବିଧାୟକ ଥିବା କିଶୋର ମହାନ୍ତି ଥିଲେ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ତଥା ଭଲ ମଣିଷ । ସର୍ବଦା ଜନତାଙ୍କ ନିକଟବର୍ତ୍ତୀ ହେବା ଥିଲା ତାଙ୍କର ବିଶେଷତା । ବାଚସ୍ପତି ଭାବେ ସେ ବିଧାନସଭାରେ ତାଙ୍କର କାର୍ଯ୍ୟଦକ୍ଷତାର ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ତାଙ୍କର ମୃତ୍ୟୁ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ସ୍ୱର୍ଗତ ଅତ୍ମାର ସଦ୍‌ଗତି କାମନା କରିବା ସହ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।"

ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, "ସ୍ୱର୍ଗତ ମହାନ୍ତି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇ ତାଙ୍କ ଲୋକପ୍ରିୟତା ପ୍ରତିପାଦିତ କରିବା ସହ ଓଡ଼ିଶା ବିଧାନସଭାର ସରକାରୀ ମୁଖ୍ୟ ସଚେତକ ଏବଂ ବାଚସ୍ପତି ଭାବେ ବିଧାନସଭା ପରିଚାଳନାରେ ମଧ୍ୟ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ । ୨୦୧୪-୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ତାଙ୍କ ଉନ୍ନତିମୂଳକ ଚିନ୍ତାଧାରା ଅନସ୍ୱୀକାର୍ଯ୍ୟ । ମନ୍ତ୍ରୀ ଶ୍ରୀ ଆରୁଖ ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି । "

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ଓଡ଼ିଶାର ପୂର୍ବତନ ବାଚସ୍ପତି,ରାଜ୍ୟସଭା ସାଂସଦ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। 2000 ମସିହାରେ କିଶୋର ଭାଇ ଓ ମୁଁ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। 2004ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ ।"

  • ଓଡ଼ିଶାର ପୂର୍ବତନ ବାଚସ୍ପତି,ରାଜ୍ୟସଭା ସାଂସଦ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। 2000 ମସିହାରେ କିଶୋର ଭାଇ ଓ ମୁଁ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। 2004ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ । pic.twitter.com/BnzJePr4jH

    — Dharmendra Pradhan (@dpradhanbjp) December 30, 2021 " class="align-text-top noRightClick twitterSection" data=" ">

ବିଧାୟକଙ୍କ ଦେହାନ୍ତ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତ । ସେ ଟ୍ବିଟ୍‌ କରିଛନ୍ତି ଯେ, "ବ୍ରଜରାଜନଗର ବିଧାୟକ ବନ୍ଧୁ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।"

  • ବ୍ରଜରାଜନଗର ବିଧାୟକ ବନ୍ଧୁ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ 😭
    ଅମର ଆତ୍ମାର ସଦଗତି କାମନା କରୁଛି 🙏 pic.twitter.com/RIZPUZsmz3

    — Samir Ranjan Dash (@samirdash01) December 30, 2021 " class="align-text-top noRightClick twitterSection" data=" ">

ସେହିଭଳି କିଶୋରଙ୍କ ପରଲୋକ ପରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ ଟ୍ବିଟ୍‌ କରିଛନ୍ତି ଯେ, "ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ମର୍ମାହତ । ପଶ୍ଚିମ ଓଡିଶାର ଜଣେ ଦକ୍ଷନେତା ଭାବେ ସେ ବେଶ ଜଣାଶୁଣା ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା କାମନା କରୁଛି।"

  • ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ମର୍ମାହତ । ପଶ୍ଚିମ ଓଡିଶାର ଜଣେ ଦକ୍ଷ ନେତା ଭାବେ ସେ ବେଶ ଜଣାଶୁଣା ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା କାମନା କରୁଛି।

    — Ranendra Pratap Swain (@rajaaswain) December 30, 2021 " class="align-text-top noRightClick twitterSection" data=" ">

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ବିଧାୟକଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ବିଧାନ ସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ଖବର ପାଇ ମୁଁ ଦୁଃଖିତ ।"

  • ବିଧାନ ସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ବିଧାୟକ ଶ୍ରୀ କିଶୋର ମହାନ୍ତିଙ୍କ ବିୟୋଗ ଖବର ପାଇ ମୁଁ ଦୁଃଖିତ l pic.twitter.com/R3VPmlkNxN

    — Dr.Surjya Narayan Patro | Speaker-Odisha Assembly (@SurjyaOfficial) December 30, 2021 " class="align-text-top noRightClick twitterSection" data=" ">

ହୃଦଘାତ ଯୋଗୁଁ ଗୁରୁବାର ସନ୍ଧ୍ୟାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି । ନିଜ କାର୍ଯ୍ୟାଲୟରେ ବସିଥିବାବେଳେ କିଶୋରଙ୍କ ଦେହ ଅସୁସ୍ଥ ହୋଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.