ଭୁବନେଶ୍ବର: ଆଜି ହେଉଛି ବିଶ୍ବ ବନ୍ଧୁତ୍ବ ଦିବସ(ହାପି ଫ୍ରେଣ୍ଡସିପ୍ ଡେ')। ଆଜିର ଏହି ସୁନ୍ଦର ଦିନଟିକୁ ସମସ୍ତେ ଅତି ଆନନ୍ଦ ସହକାରେ ପାଳନ କରିଥାଆନ୍ତି । କିଏ ହାତରେ ବ୍ୟାଣ୍ଡ ବାନ୍ଧି ଫ୍ରେଣ୍ଡସିପ୍ ଡେ' ପାଳନ କଲାଣି, ତ ଆଉ କିଏ କେକ୍ କାଟି । ତେବେ ଏହି ଅବସରରେ ଆଜି ଭୁବନେଶ୍ବରର ମାଇକ୍ରୋ ଆର୍ଟ ବୟ ଶିବାଶିଷ ପଣ୍ଡା ସମସ୍ତଙ୍କୁ ନିଜର କଳା ମାଧ୍ୟମରେରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ଏକ ଚକ ଖଡି ମାଧ୍ୟମରେ ମୂର୍ତ୍ତି ତିଆରି କରି ସମସ୍ତଙ୍କୁ ବନ୍ଧୁତ୍ବ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ତିଆରି କରିଥିବା ଏହି ଚକ ନିର୍ମିତ୍ତ ମୂର୍ତ୍ତିର ଉଚ୍ଚତା ମାତ୍ର ପାଞ୍ଚ ସେଣ୍ଟିମିଟର ରହିଛି ।
ତାଙ୍କୁ ଏହି ମୂର୍ତ୍ତି ତିଆରି କରିବା ପାଇଁ 3ଦିନ ସମୟ ଲାଗିଥିଲା ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ