ETV Bharat / city

ଶୁକ୍ରବାର ଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ - ଜଗନ୍ନାଥ ଦର୍ଶନ ବନ୍ଦ

shree mandir
shree mandir
author img

By

Published : Mar 19, 2020, 1:29 PM IST

Updated : Mar 19, 2020, 5:07 PM IST

13:27 March 19

ଶୁକ୍ରବାର ଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ

ଆସନ୍ତାକାଲି ଠାରୁ ଭକ୍ତଙ୍କ ପାଇଁ ଜଗନ୍ନାଥ ଦର୍ଶନ ବନ୍ଦ

ପୁରୀ: ଶୁ୍କ୍ରବାର ଠାରୁ ଜଗା ଦର୍ଶନ ମନା । କରୋନା ସତର୍କତା ସ୍ବରୂପ ଶୁକ୍ରବାର ଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରିଛି ମନ୍ଦିର ପ୍ରଶାସନ । କେବଳ ଦୈନନ୍ଦିନ ନୀତିକାନ୍ତି ପାଇଁ ଦଇତାପତି ସେବାୟତ ମାନେ ବଡଦେଉଳରେ ପ୍ରବେଶ କରିବେ । ସେବାୟତଙ୍କ ବ୍ୟତୀତ ତାଙ୍କ ପରିବାରବର୍ଗ ମଧ୍ୟ ଶ୍ରୀମନ୍ଦିର ଆସିବାକୁ  ମନା ।  

କରୋନା ମୁକାବିଲା ପାଇଁ ମନ୍ଦିର ପ୍ରଶାସନ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର । ଏହି କଟକଣା ଏପ୍ରିଲ1 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି । ଏହାସହ କରୋନା ମୁକାବିଲା ପାଇଁ ଏହା କରାଯାଇଛି । ସେବାୟତ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି କଠୋର ନିଷ୍ପତି ନେବାକୁ ବାଧ୍ୟ ହୋଇଛି ବୋଲି ପ୍ରଶାସନ କହିଛି । ତେଣୁ ଭକ୍ତ ମାନେ ନିଷ୍ପତିରେ ନିରାଶ ନହୋଇ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,  ଇଟିଭି ଭାରତ

Last Updated : Mar 19, 2020, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.