ETV Bharat / city

କୋଭିଡ଼ ଲଢେ଼ଇରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଦୂରଦୃଷ୍ଟି ସମ୍ପନ୍ନତାର ପରିଚୟ: ଧର୍ମେନ୍ଦ୍ର - pm modi

ଦେଶବାସୀଙ୍କ ପାଇଁ ମାଗଣା ଟିକା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଚି ସମ୍ପନ୍ନ ନିଷ୍ପତ୍ତି । କୋଭିଡ ଲଢେଇରେ ଏହା ଏକ ବଡ ପଦକ୍ଷେପ । ଅଧିକ ପଢନ୍ତୁ..

କୋଭିଡ଼ ଲଢେ଼ଇରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଦୂରଦୃଷ୍ଟି ସମ୍ପନ୍ନତାର ପରିଚୟ :ଧର୍ମେନ୍ଦ୍ର

author img

By

Published : Jun 7, 2021, 9:19 PM IST

ଭୁବନେଶ୍ବର: ଦେଶବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ସମ୍ବେଦନଶୀଳ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଦେଶବାସୀଙ୍କୁ ମାଗଣା ଟିକା ଉପଲବ୍ଧ କରାଇବା ଦିଗରେ ସରକାର ପଦକ୍ଷେପ ନେବେ । ଟୀକାକରଣ ସହ ଜଡିତ ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ୨୫% କାର୍ଯ୍ୟକୁ ଭାରତ ସରକାର ନିଜ ଦାୟିତ୍ୱରେ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କୋଭିଡ଼ ଲଢେ଼ଇରେ ପ୍ରଧାନମନ୍ତ୍ରୀଙ୍କର ଏହି ଜନକଲ୍ୟାଣକାରୀ ନିଷ୍ପତ୍ତି ଦୂରଦର୍ଶୀ ନେତୃତ୍ୱର ପରିଚୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଭାରତ ସରକାର ଟିକା ଉତ୍ପାଦନକାରୀଙ୍କ ଠାରୁ ମୋଟ ଉତ୍ପାଦିତ ଟିକା ମଧ୍ୟରୁ ୭୫% ଟିକା ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇ ଦେବେ। ଆସନ୍ତା ଜୁନ୍ ୨୧ରୁ ଭାରତ ସରକାର ଦେଶର ସବୁ ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ସର୍ବଦା ସମ୍ବେଦନଶୀଳ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଗରିବଙ୍କ କଲ୍ୟାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଦେଶର ୮୦ କୋଟି ଜନସାଧାରଣଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଦୀପାବଳି ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଦ୍ୱାରା ଦେଶର ଜଣେ ଗରିବ ଉପାସରେ ରହିବ ନାହିଁ । ଭାରତର କୋରୋନା ବିରୋଧୀ ଲଢ଼େଇକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦୂରଦୃଷ୍ଟି ସମ୍ପନ୍ନତାର ପରିଚୟ । ଏଥିପାଇଁ ପୁଣି ଥରେ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.