ETV Bharat / city

ସାବଧାନ! ଠକଙ୍କ ନୂଆ ଚାଲ୍‌, ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ କରୁଛନ୍ତି ଲୁଟ୍‌

author img

By

Published : Jul 26, 2022, 10:01 PM IST

ମୁଖ୍ୟ ଶାସନ ସଚିବଙ୍କ ଫଟୋ ବ୍ୟବହାର କରି ଠକେଇ ଉଦ୍ୟମ କରୁଛନ୍ତି ଠକ । ଏଭଳି ଫଟୋ ବ୍ୟବହାର କରି ଯଦି କେହି ଟଙ୍କା ମାଗନ୍ତି ତୁରନ୍ତ ସାଇବର ଥାନାରେ ଅଭିଯୋଗ କରନ୍ତୁ । ଅଧିକ ପଢନ୍ତୁ

ସାବଧାନ! ଠକଙ୍କ ନୂଆ ଚାଲ୍‌, ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ କରୁଛନ୍ତି ଲୁଟ୍‌
ସାବଧାନ! ଠକଙ୍କ ନୂଆ ଚାଲ୍‌, ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ କରୁଛନ୍ତି ଲୁଟ୍‌

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଫଟୋ ବ୍ୟବହାର କରି ଠକେଇ ଉଦ୍ୟମ କରୁଛନ୍ତି ଠକ । ସତର୍କ କରିଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ । ମୁଖ୍ୟ ଶାସନ ସଚିବଙ୍କ ନାଁ କିମ୍ବା ଫଟୋ ବ୍ୟବହାର କରି ଯଦି କେହି ଟଙ୍କା ମାଗନ୍ତି ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଠକଙ୍କ ନୂଆ ଚାଲ୍‌, ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ କରୁଛନ୍ତି ଲୁଟ୍‌

ଏବେ ଠକଙ୍କ ଟାର୍ଗେଟରେ ପ୍ରସାଶନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ଓ ସେଲିବ୍ରେଟି । ଫଟୋ ଓ ନାଁ ବ୍ୟବହାର କରି ଲୋକଙ୍କୁ ଚୂନା ଲଗାଇବାକୁ ଉଦ୍ୟମ କରୁଛନ୍ତି ଠକ ଦଳ । ଠକଙ୍କ ସଦ୍ୟତମ ଟାର୍ଗେଟ ହୋଇଛି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ଫଟୋ ବ୍ୟବହାର କରି ଠକେଇ ଉଦ୍ୟମ ହେଉଥିବା ନଜରକୁ ଆସିଛି । ଏ ଭଳି ଘଟଣା ସମ୍ନାକୁ ଆସିବା ପରେ ଏନେଇ ଜନସାଧାରଣଙ୍କୁ ସତର୍କ କରିଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ।

ସୋସିଆଲ ମିଡିଆ ମାଧ୍ୟମରେ ମେସେଜ ପଠାଇ ଟଙ୍କା ଲୁଟିବା ପାଇଁ ସାଇବର ଠକମାନେ ଆଉ ଏକ ନୂଆ ଉପାୟ କରୁଥିବା ଦୃଷ୍ଟିକୁ ଆସିଛି । ଯେପରିକି ୯୩୧୫୬୪୧୭୮୪ ନମ୍ବରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଫଟୋକୁ ହ୍ଵାଟ୍ସଆପ୍ DPରେ ଲଗାଇ ଆମାଜନ କମ୍ପାନୀର ବିଲ୍‌ ପୈଠ କରିଦେବା ପାଇଁ ମେସେଜ ପଠାଉଛି ଠକ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଦୃଷ୍ଟିକୁ ଏହା ଆସିବା ପରେ ଜନସାଧାରଣଙ୍କୁ ସତର୍କ କରିବା ସହ ବିଭିନ୍ନ ପରାମର୍ଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ତାଙ୍କ ତରଫରୁ କୌଣସି ବିଲ୍‌ ପୈଠ ବା କୌଣସି ଆକାଉଣ୍ଟକୁ ଟଙ୍କା ପଠାଇବା ଆଦି କଥା କେବେ କାହାକୁ କୁହନ୍ତି ନାହିଁ । ଏପରି ମେସେଜ ପ୍ରତି ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏମିତି କୌଣସି ମେସେଜ ପାଇବା ମାତ୍ରେ ନିକଟତମ ସାଇବର ପୋଲିସ ଷ୍ଟେସନ ବା ପୋଲିସ ଷ୍ଟେସନରେ ଜଣାଇବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଏପରି ଫେକ୍ ମେସେଜ ଭିତ୍ତିରେ କେହି କୌଣସି ଆର୍ଥିକ କାରବାର କଲେ ସେଥିପାଇଁ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ ନାହିଁ । କେବଳ ମୁଖ୍ୟ ଶାସନ ସଚିବ କାହିଁକି ଯେକୌଣସି ବରିଷ୍ଠ ଅଧିକାରୀଙ୍କର ଫଟୋ ଥାଇ କୌଣସି ହ୍ଵାଟ୍ସଅପରୁ ଆସୁଥିବା ଏପରି ମେସେଜ ପ୍ରତି ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.