ଭୁବନେଶ୍ବର: ବିଟ କଏନ ନିବେଶ ଆଳରେ ଠକେଇର ନୂଆ ପ୍ଲାନ । ଭୁବନେଶ୍ଵରରୁ ଠକିନେଲେ ମଧ୍ୟପ୍ରଦେଶ ଠକ । ଚିଟଫଣ୍ଡ ପରେ ଏବେ ରାଜ୍ୟରେ ଠକେଇର ନୂଆ ଚାଲ । ୧୫ ରୁ ୨୦ ପ୍ରତିଶତ ପ୍ରଫିଟ ଦେବା ଆଳରେ ନିବେଶର ମାୟାଜାଲ ବିଛାଇଛନ୍ତି ଠକ । ଏମାନଙ୍କ ଟାର୍ଗେଟରେ ବ୍ୟବସାୟୀ ଓ ଇଞ୍ଜିନିୟର ଓ କଲେଜ ପଢୁଆ ଯୁବକ । ବିଟ କଏନ ନିବେଶ ଏମିତି ଠକେଇ ରଚନା ରଚୁଛନ୍ତି ଠକ ଲୁଟେରା ଦଳ । ଏମିତି ଢଙ୍ଗରେ ଠକିଥିବା ମଧ୍ୟପ୍ରଦେଶରୁ ଜଣେ ଠକକୁ ଗିରଫ କରିଛି କମିଶନରେଟ ପୋଲିସ।
ଗିରଫ ଅଭିଯୁକ୍ତ ହେଉଛି ଓମ ପ୍ରକାଶ ଭରଓ୍ବାତ । ଘର ମଧ୍ୟ ପ୍ରଦେଶ, ଖଡିପଡିଆ, ମଣ୍ଡାଶୁର ଜିଲ୍ଲାରେ। ଅଭିଯୁକ୍ତ ଏଯାବତ ୮୭ ଲକ୍ଷ ଟଙ୍କା ଠକିଥିବା ୩ଟି ଅଭିଯୋଗ ହୋଇଛି । ସୂଚନା ମୁତାବକ ଚିଟ ଫଣ୍ଡ ପରେ ଏବେ କ୍ରିପ୍ଟୋ କରେନ୍ସି ଆସୁଛି । ୧୫ ରୁ ୨୦ ପ୍ରତିଶତ ଲାଭ ଦେଖାଉଛନ୍ତି ଠକ । କମ ନିବେଶ କଲେ ଅଧିକ ରିଟର୍ଣ୍ଣ ନେବାର ଲୋଭ । ଯାହାକୁ ଅସ୍ତ୍ରକରି ଠକ ବିଛାଉଛନ୍ତି ଜାଲ। ଭୁବନେଶ୍ବର ଖଣ୍ଡଗିରିରେ ଏପରି ଅନେକ ବ୍ୟବସାୟୀଙ୍କୁ ପ୍ରଲୋଭିତ କରାଇ ଠକିନେଇଛନ୍ତି ଲକ୍ଷ ଲକ୍ଷ।
ଖାଲି ଏତିକି ନୁହେଁ ପ୍ରଥମ ତିନି ମାସରେ ଯେତିକି ନିବେଶ ତାର ୧୫ ରୁ ୨୦ ପ୍ରତିଶତ ଲାଭ ଦେଉଥିଲା ଠକ । ଯାହାର ଭରସାରେ ଲକ୍ଷେ ରୁ ଦୁଇ ଲକ୍ଷ ଓ ଏପରିକି ୧୦ ଲକ୍ଷ ସହ ୫୦ ଲକ୍ଷ ପର୍ଯନ୍ତ ନିବେଶ ଦେଇ ଆଉ ଧରାଛୁଆ ଦେଉନଥିଲା ଅଭିଯୁକ୍ତ । ଏମିତି ଢଙ୍ଗରେ ଶିରିପୁରର ସତ୍ୟଜିତ ସାମନ୍ତରାୟଙ୍କ ଠାରୁ ପ୍ରଥମ ତିନିମାସ ଭଲ ଲାଭ ଦେବା ପରେ ଦୋକାନ କିଣିବାକୁ ରଖିଥିବା ୩୦ ଲକ୍ଷ ର ବିଟ କଏନ କିଣିଦେବା କହି ଆଉ ଧରାଛୁଆଁ ଦେଇନଥିଲେ। କେବଳ ସେ ଏକା ନୁହନ୍ତି ଏହି ପରି ଅନେକ ବ୍ୟବସାୟୀଙ୍କୁ ଏପରି ବିଟ କଏନ ର ଟ୍ରେଡିଂ ଆଳରେ ଠକିନେଇଥିଲେ ।
ଆଉ ଠକେଇ ଟଙ୍କା ନେଇ ମଧ୍ୟପ୍ରଦେଶରେ ଲୁଚିଥିଲା ଅଭିଯୁକ୍ତ । ଯାହାକୁ ଗିରଫ କରିଛି କମିଶନରେଟ ପୋଲିସ। ଏଯାବତ ୩ ଜଣ ଅଭିଯୋଗ ଆଣିଥିବା ବେଳେ ଖଣ୍ଡଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ବରରୁ ତାପର ପରିଡା, ଇଟିଭି ଭାରତ