ETV Bharat / city

ଇ-ମେଧାବୃତ୍ତି ନାଁରେ ଜାଲିଆତି, ପୂର୍ବତନ ଅଣ୍ଡର ସେକ୍ରେଟାରୀ ଗିରଫ - ଶିକ୍ଷା ଵିଭାଗ ଜାଲିଆତି

ଉଚ୍ଚଶିକ୍ଷା ବିଭାଗର ବଡ କେଳେଙ୍କାରୀ । ଇ-ମେଧାବୃତ୍ତି ନାଁରେ ଉଚ୍ଚ ଶିକ୍ଷା ବିଭାଗରେ ଜାଲିଆତି । ଇଓଡବ୍ଲୁ ଦ୍ବାରା ଗିରଫ ହେଲେ ପୂର୍ବତନ ଅଣ୍ଡର ସେକ୍ରେଟାରୀ । ଅଧିକ ପଢନ୍ତୁ...

ଇ-ମେଧାବୃତ୍ତି ନାଁରେ ଉଚ୍ଚ ଶିକ୍ଷା ଵିଭାଗରେ ଜାଲିଆତି, ଗିରଫ ହେଲେ ପୂର୍ବତନ ଅଣ୍ଡର ସେକ୍ରେଟାରୀ

author img

By

Published : Aug 12, 2021, 5:20 PM IST

Updated : Aug 12, 2021, 5:27 PM IST

ଭୁବନେଶ୍ବର: ସାମ୍ନାକୁ ଆସିଲା ଉଚ୍ଚଶିକ୍ଷା ବିଭାଗର ବଡ କେଳେଙ୍କାରୀ । ୩୬.୧୦ ଲକ୍ଷ ଟଙ୍କାର ଘୋଟାଲାର ପର୍ଦ୍ଦାଫାସ କଲା ଅର୍ଥନୈତିକ ଅପରାଧ ଶାଖା ଟିମ୍ । ଜାଲିଆତିରେ ସାମିଲ ଥିଲେ ପୂର୍ବତନ ଅଣ୍ଡର ସେକ୍ରେଟାରୀ । ଯିଏକି ଇ-ମେଧାବୃତ୍ତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିଲେ । ଅଭିଯୁକ୍ତ ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟାରୀ ପ୍ରକାଶ କୁମାର ରଥଙ୍କୁ ନିଜ ଘର ବାଲିଅନ୍ତାରୁ ଗିରଫ କରିଛି ଇଓଡବ୍ଲୁ ଟିମ୍ ।

ଇ-ମେଧାବୃତ୍ତି ନାଁରେ ଉଚ୍ଚ ଶିକ୍ଷା ଵିଭାଗରେ ଜାଲିଆତି, ଗିରଫ ହେଲେ ପୂର୍ବତନ ଅଣ୍ଡର ସେକ୍ରେଟାରୀ
ଇ-ମେଧାବୃତ୍ତି ନାଁରେ ଉଚ୍ଚ ଶିକ୍ଷା ଵିଭାଗରେ ଜାଲିଆତି, ଗିରଫ ହେଲେ ପୂର୍ବତନ ଅଣ୍ଡର ସେକ୍ରେଟାରୀ

୨୦୧୫ ମସିହାରେ ପ୍ରକାଶ କୁମାର ଇ-ମେଧାବୃତ୍ତି ନାଁରେ ୨୩୫ ଜଣ ବୋଗସ ଛାତ୍ରଛାତ୍ରୀଙ୍କୁ ବିନା ଡକୁମେଣ୍ଟ ଭେରିଫାଏରେ ମେଧାବୃତ୍ତି ଟଙ୍କା ଦେଇଥିଲେ । ସମ୍ପୃକ୍ତ ଅଫିସରଙ୍କ ତତ୍ତ୍ବାବଧାନରେ ହିଁ ପୁରା ଘୋଟଲା ହୋଇଥିଲା । ପରେ ୨୦୧୭ରେ ଏହି ଜାଲିଆତି ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଥିଲା । ତେବେ କିଭଳି ଏହି ପୂର୍ବତନ ଅଫିସର ଜଣକ ବିଭାଗରେ ଏତେ ବଡ ଜାଲିଆତି କଲେ ଏବଂ ୩୬.୧୦ଲକ୍ଷ ଟଙ୍କା ଚଳୁ କରିଥିଲେ ତାହାର ଗୁମର ଫିଟିଛି । ଏହି ଘୋଟାଲାରେ ଆହୁରି ଅନେକ ଵଡ ବଡିଆଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ସୂଚନା ମିଳିଛି।

ଶିକ୍ଷିତ ପିଲାଙ୍କୁ ଇ-ମେଧାବୃତ୍ତି ଜରିଆରେ ଆର୍ଥିକ ରାଶି ମିଳିଥାଏ । ଏନେଇ ଶିକ୍ଷିତ ଛାତ୍ରଛାତ୍ରୀ ନିଜ ଡକ୍ୟୁମେଣ୍ଟ ଆବେଦନ କରିଥାନ୍ତି । ୨୦୧୫ ମସିହାରେ ଏହି ସ୍କିମରେ ଏପରି ଭାବେ ଘୋଟାଲା କରି ୨୩୫ ଜଣ ବେନାମୀ ଛାତ୍ରଛାତ୍ରୀଙ୍କ ନାଁରେ ୩୬.୧୦ ଲକ୍ଷ ଚଳୁ ହୋଇଥିଲା । ଯାହାକି ଅଡିଟ ବେଳେ ସାମ୍ନାକୁ ଆସିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 12, 2021, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.