ETV Bharat / city

ଆଇନ ଶୃଙ୍ଖଳାରୁ ମର୍ଡର ମିଷ୍ଟ୍ରି, ସୁଧାଂଶୁଙ୍କ ମାଷ୍ଟର ଷ୍ଟ୍ରୋକ୍‌

author img

By

Published : Mar 8, 2021, 9:26 PM IST

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଅଚାନକ ବଦଳିଛନ୍ତି ଟ୍ବିନ ସିଟି କମିଶନର ସୁଧାଂଶୁ ଷଡଙ୍ଗୀ । କମିଶନର ଭାବେ ବଡ ବଡ ଅପରାଧ ଉପରେ ଅଙ୍କୁଶ ଲଗାଇବା ସହିତ ଅନେକ କିଛି ଉପଲବ୍ଧି ହାସଲ କରିଛନ୍ତି ସେ । ଟ୍ବିଟରରେ ଆକ୍ଟିଭ ରହୁଥିବା ସୁଧାଂଶୁ ଜନତାଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରୁଥିଲେ । ଅନେକ ସମୟରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଟ୍ବିଟ ମାଧ୍ୟମରେ ଦେଉଥିଲେ ଷଡଙ୍ଗୀ । ଅଧିକ ପଢନ୍ତୁ...

ଆଇନ ଶୃଙ୍ଖଳାରୁ ମର୍ଡର ମିଷ୍ଟ୍ରି, ସୁଧାଂଶଙ୍କ ମାଷ୍ଟାର ଷ୍ଟ୍ରୋକ୍

ଭୁବନେଶ୍ବର: ବଦଳିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ମିଳିଛି ନୂଆ ପୋଲିସ କମିଶନର ଦାୟିତ୍ବ । ୧୯୯୫ ବ୍ୟାଚ ଆଇପିଏସ୍‍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପୋଲିସ କମିଶନର ଭାବେ ହୋଇଛନ୍ତି ନିଯୁକ୍ତ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଅଚାନକ ବଦଳିଛନ୍ତି ଟ୍ବିନ ସିଟି କମିଶନର ।

21 ଅଗଷ୍ଟ 2019ରେ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଟ୍ବିନ ସିଟିର କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସୁଧାଂଶୁ ଷଡଙ୍ଗୀ । ପୂର୍ବରୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଥିଲେ ସୁଧାଂଶୁ । ୧୯୯୦ ବ୍ୟାଚର ଆଇପିଏସ କ୍ୟାଡର ସୁଧାଂଶୁ ଷଡଙ୍ଗୀ ନିଜ କାର୍ଯ୍ୟଶୈଳୀ ଓ ନିଆରା ଅନ୍ଦାଜକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । କମିଶନର ଭାବେ ବଡ ବଡ ଅପରାଧ ଉପରେ ଅଙ୍କୁଶ ଲଗାଇବା ସହିତ ଅନେକ କିଛି ଉପଲବ୍ଧି ହାସଲ କରିଛନ୍ତି ସେ । ଟ୍ବିଟରରେ ଆକ୍ଟିଭ ରହୁଥିବା ସୁଧାଂଶୁ ଜନତାଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରୁଥିଲେ । ଅନେକ ସମୟରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଟ୍ବିଟ ମାଧ୍ୟମରେ ଦେଉଥିଲେ ଷଡଙ୍ଗୀ ।

ସିପି ଭାବେ ସୁଧାଂଶୁଙ୍କ କାର୍ଯ୍ୟ

ଦାଦାବଟି ଉପରେ ଶୁଧାଂଶୁ ଲଗାଇଥିଲେ ଅଙ୍କୁଶ

ଦୋକାନ ବଜାରରୁ ଆରମ୍ଭ କରି ଶପିଂ ମଲ ଯାଏଁ ରାଜ୍ୟରେ ଯେତେବେଳେ ଦାଦାବଟି ଆଦାୟ ବଢିଚାଲିଥିଲା, ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଇକୁ ପ୍ରୟାସ ଆରମ୍ବ କରିଥିଲେ ସୁଧାଂଶୁ ଷଡଙ୍ଗୀ । ଦାଦାବଟି ବା ବଳ ପୂର୍ବକ ଚାନ୍ଦା ଆଦାୟ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ସୁଧାଂଶୁ । ଦାଦାବଟି ଆଦାୟକାରୀଙ୍କ ଉପରେ ନଜର ରଖିବା ସହିତ ବଟି ଆଦାୟ ରୋକିବାକୁ ଗଠନ କରାଯାଇଥିଲା ଆଣ୍ଟି ଏକଷ୍ଟର୍ନଶନ ଟାକ୍ସ ଫୋର୍ସ । କେବଳ ଏତିକି ନୁହେଁ, ଏହା ବିରୋଧରେ ଯେଉଁ ଥାନାଧିକାରୀ ଭଲ କାର୍ଯ୍ୟାନୁଷ୍ଠାନ ନେବେ ତାଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ ସୁଧାଂଶୁ ।

'ରୋଷେଇ ନ କରୁଥିବା ପୁଅଙ୍କୁ ବିବାହ କରିବାକୁ ମନା କରନ୍ତୁ ଝିଅ'

ମହିଳା ହେବେ ସ୍ବାବଲମ୍ବୀ । ସଶକ୍ତ ମଧ୍ୟ ହେବେ । ମହିଳାଙ୍କ ବ୍ୟକ୍ତିତ୍ୱ ଆଉ ରୋଷେଇ ଘର ଭିତରେ ସୀମିତ ହୋଇ ରହିବନି। ଏଭଳି ଆହ୍ବାନ ଦେଇଥିଲେ ସୁଧାଂଶୁ ।

ନବ ନିଯୁକ୍ତ ମହିଳା ଏସପିଓ ନିଯୁକ୍ତି ଅବସରରେ ଉଦ୍‌ବୋଧନ ଦେଇ ପୋଲିସ କମିଶନର ଥିବା ବେଳେ ସୁଧାଂଶୁ ଷଡଙ୍ଗୀ ମଜାଳିଆ ଢଙ୍ଗରେ ଅନେକ କଥା କହିଥିଲେ। ମହିଳାଙ୍କ ସମ୍ମାନ, ମର୍ଯ୍ୟାଦା, ପୁରୁଷଙ୍କ ଦାୟିତ୍ୱବୋଧ କ’ଣ ହେବା ଉଚିତ ସେ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟି ଅନେକ ଉପଦେଶ ଦେଇଥିଲେ ସେ ।

ଷଡଙ୍ଗୀ କହିଥିଲେ ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ। ଯଦି ପୁଅମାନେ ରୋଷେଇ କରିବେନି, ରୋଷେଇର ମହତ୍ୱ ବୁଝିବେନି। ଖାଲି ବସି ଖାଇବେ ଆଉ କହିବେ, ଡାଲିରେ ଲୁଣ ପଡ଼ିନି..ଏଇଟା..ସେଇଟା ହେଇନି..। ନିଜ ହାତରେ ଖଡ଼ା ସିଝିବନି..ବସି ଡାଇଲଗ୍‌ ମାରିବେ..।’ ପୋଲିସ କମିଶନରଙ୍କର ଏଭଳି କଥାକୁ ନେଇ ସାରା ରାଜ୍ୟରେ ଜୋର ଧରିଥିଲା ଚର୍ଚ୍ଚା ।

ନାରୀ ନିର୍ଯ୍ୟାତନା ବିରୋଧରେ ସୁଧାଂଶୁଙ୍କ ସ୍ବର

ମହିଳାଙ୍କୁ ହେଉଥିବା ନିର୍ଯ୍ୟାତନାକୁ ରୋକିବା ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସର୍ବଦା ଚେଷ୍ଟିତ ବୋଲି କହିଥିଲେ ସୁଧାଂଶୁ । ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିଙ୍କୁ ଧରିବା ପୋଲିସ ପକ୍ଷରୁ ଖୁବ୍ ସହଜ ବୋଲି କହିଥଲେ ଷଡଙ୍ଗୀ ।

ବଡ ବଡ ଚର୍ଚ୍ଚିତ ଘଟଣାର କରିଥିଲେ ପର୍ଦ୍ଦାଫାସ

ରାଜଧାନୀ କଟାମୁଣ୍ଡ ଘଟଣା

ଭୁବନେଶ୍ବର କଟାମୁଣ୍ଡ ମିଳିବା ଘଟଣାରୁ ସୁଧାଂଶୁ ଷଡଙ୍ଗୀଙ୍କ ନେତୃତ୍ବରେ ପରଦା ହଟାଇଥିଲା କମିସନରେଟ ପୋଲିସ । ହତ୍ୟା ସ୍ଥଳରେ ବହୁ ଚର୍ଚ୍ଚିତ କଟାମୁଣ୍ଡ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । କେମିତି ହୋଇଥିଲା ହତ୍ୟା ଆଉ କେମିତି ଅଭିଯୁକ୍ତ ଲୁଚାଇ ନେଇଥିଲେ ମୃତଦେହ। ସେସବୁର ସତ ଅଭିଯୁକ୍ତଙ୍କ ଠାରୁ ଓଗାଳିଥିଲା କମିଶନରେଟ ପୋଲିସ । କମିଶନରେଟ ପୋଲିସ ଫରେନସିକ ଟିମ ସହ ସବୁ ପ୍ରମାଣକୁ କରିଥିଲା ଯୋଗାଡ । ଆଉ ଶେଷରେ ହତ୍ୟାକାଣ୍ଡରୁ ପରଦା ଉଠାଇଥିଲା କମିଶନରେଟ ପୋଲିସ ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା

1999ର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର 22 ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ବାନ୍ଧିଥିଲା କମିଶନରେଟ ପୋଲିସ । ଏନେଇ ପ୍ରେସମିଟ୍ କରି ସିପି ସୁଧାଂଶୁ ଷଢଙ୍ଗୀ କହିଥିଲେ, ଘଟଣାର 22 ବର୍ଷ ପରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଯେଉଁଠି ସିବିଆଇ ଫେଲ ମାରିଥିଲା ଆମ ଅଫିସର ଦକ୍ଷତାର ସହ କାମ କରି ପାତାଳରୁ ମୁଖ୍ୟ ଅଭିଯୁକ୍ତକୁ ବାହାର କରିବାରେ ସଫଳ ହୋଇଛି।

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ରକୁ ଫେରାର ମାରି ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା।

ତେବେ ଏକ ନିଦ୍ଧିଷ୍ଟ ସୂତ୍ରରୁ ବିଭିନ୍ନ ତଥ୍ୟ ପାଇବା ପରେ ଏହି ଚର୍ଚ୍ଚିତ ଘଟଣାର ଫାଇଲ ପୁଣି ଥରେ କମିଶନରେଟ ପୋଲିସ ଖୋଲିଥିଲା। ସମସ୍ତ ତଥ୍ୟର ସମୀକ୍ଷା ପରେ ସିପି ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ନିଜେ ଏହାର ତଦାରଖ କରୁଥିଲେ । ପରେ ଅଭିଯୁକ୍ତକୁ ଧରିବା ପାଇଁ ମହାରାଷ୍ଟ୍ର ପୋଲିସର ସହାୟତା ନେଇ ଆମ୍ବାଭାଲି ଅଞ୍ଚଳରୁ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରି ଓଡିଶା ଆଣିଥିଲା କମିଶନରେଟ ପୋଲିସ ।

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ପୋଲିସଙ୍କୁ ତଦନ୍ତ ଅଧୀନରେ ଆଣିଥିଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି । ସତ୍ଯତା ଓ ପ୍ରମାଣ ଭିତିରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ କମିଶନର ।

କମିଶନର ଭାବେ କୋଭିଡ ବିରୋଧରେ ସୁଧାଂଶୁଙ୍କ ଯୁଦ୍ଧ

ଯେତେବେଳେ ସାରା ରାଜ୍ୟରେ ସମେତ ରାଜଧାନୀରେ ମହାମାରୀ କୋରୋନା କାୟା ବିସ୍ତାର କରିବାରେ ଲାଗିଥିଲା, ସେତେବେଳେ ଏହାର ଚେନ ଭାଙ୍ଗିବାକୁ ଆଗଧାଡିର ଯୋଦ୍ଧା ଭାବେ ମଙ୍ଗ ଧରିଥିଲେ ସୁଧାଂଶୁ ଷଡଙ୍ଗୀ । ଜନସାଧାରଣଙ୍କୁ ସଚେତନ କରିବା ସହିତ ମାସ୍କ ନିୟମକୁ କଡା କଡି କରାଯାଇଥିଲା । କେବଳ ଏତିକି ନୁହେଁ ରାଜଧାନୀରେ ଯେଭଳି କେହି ଲକଡାଉନ ନିୟମ ନଭାଙ୍ଗିବେ ଏହା ଉପରେ ଖାସ ଗୁରୁତ୍ବ ଦେଇଥିଲେ ସୁଧାଂଶୁ ।

ମୋଟର ଜାନ ଆଇନ ଲାଗୁ

ଦୈତନଗରୀରେ ହିଂସା, ମହିଳା ନିର୍ଯାତନା ଅପରାଧିକ କାର୍ଯ୍ୟକଳାପ ସହିତ ବଢିଚାଲିଥିବା ଟ୍ରାଫିକ ସମସ୍ୟାରୁ ସମାଧାନ ପାଇଁ ମଧ୍ୟ ଅଣ୍ଟା ଭିଡିଥିଲେ ସୁଧାଂଶୁ । ଲୋକଙ୍କ ଧନଜୀବନକୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ଏହାକୁ ପ୍ରାଥମିକତା ଦେଇଥିଲେ ସେ । ବିଶେଷ କରି ନୂଆ ମୋଟରଯାନ ଆଇନକୁ କଡାକଡି ଲାଗୁ ଉପରେ ବିଭିନ୍ନ ମହଲରୁ ବିରୋଧ ହେବା ସହ ରାଜମହଲ ଛକରେ ପୋଲିସ ଜନତା ମୁହାଁମୁହିଁ ଘଟଣା ପୋଲିସକୁ ଅଡୁଆରେ ପକାଇଦେଇଥିଲା । ଏହା ସତ୍ତ୍ବେ ମଧ୍ୟ ଏହାକୁ ଚ୍ଯାଲେଞ୍ଜ ଭାବେ ଗ୍ରହଣ କରିଥିଲେ ସୁଧାଂଶୁ ।

ଅମାନିଆ ଗାଡି ଚାଳକଙ୍କୁ ସୁଧାଂଶୁଙ୍କ ଲଭ ଲେଟର ପଦକ୍ଷେପ

ଅମାନିଆ ଗାଡି ଚାଳକଙ୍କୁ କାବୁ କରିବାକୁ ଭିନ୍ନ ବାର୍ତ୍ତା ଦେଇଥିଲେ ସୁଧାଂଶୁ ଷଡଙ୍ଗୀ । ସେ କହିଥିଲେ ଅମାନିଆ ଗାଡି ଚାଳକଙ୍କୁ ମାମୁଁ ପଠାଇବେ ଲଭ ଲେଟର । ତେଣୁ ଆମ ଲଭ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ । ବିନା ଜରିମାନାରେ ଖସିଯିବ ବୋଲି ଭାବୁଥିବା ଲୋକ ୨୦୨୧ରୁ ଆଉ ବର୍ତ୍ତି ପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.