ETV Bharat / city

ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ, ଆଜି ବାଚସ୍ପତି ପଦରୁ ଦେଇଥିଲେ ଇସ୍ତଫା

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ । ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ସୂର୍ଯ୍ୟ ନାରାୟଣ ପାତ୍ର ଗୁରତର ଅସୁସ୍ଥ, ଆଜି ବାଚସ୍ପତି ପଦରୁ ଦେଇଥିଲେ ଇସ୍ତଫା

author img

By

Published : Jun 4, 2022, 10:48 PM IST

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ଗୁରୁତର କିଡନୀ ରୋଗରେ ପୀଡିତ ହୋଇଥିବା ସୂଚନା । ଏହାସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡିଛି ।

ଗୁରୁତର ଅବସ୍ଥାରେ ସୂର୍ଯ୍ୟ ପାତ୍ରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆଜି(ଶନିବାର) ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ବିପ୍ଳବ ପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ 14 ଦିନ ହେବ ତାଙ୍କର ଚିକିତ୍ସା ଚାଲିଛି । ଗୁରୁତର କିଡନୀ ରୋଗରେ ପୀଡିତ ଅଛନ୍ତି । ଏଥିସହ ତାଙ୍କ ବାମ ଆଖିରେ ଏକ ବଡ ସଂକ୍ରମଣ ରହିଛି । ବର୍ତ୍ତମାନ ସମୟରେ ସେ କୌଣସି ସରକାରୀ ଦାୟିତ୍ବ ନେବାକୁ ଅସମର୍ଥ ଥିବା ପୁଅ ବିପ୍ଳବ ପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.