ଭୁବନେଶ୍ବର: ନଡ୍ଡାଙ୍କ ଓଡିଶା ଗସ୍ତର ପଡିଲା କି ପ୍ରଭାବ ? ରାତି ପାହୁ ପାହୁ ବିଜେଡିରୁ ନେତାଙ୍କ ଇସ୍ତଫା । ସବୁଜ ଶିବିରରୁ ଇସ୍ତଫା ଦେଲେ ତେଜେଶ୍ବର ପରିଡା ଇସ୍ତଫା । ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ବର ପରିଡା ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏନେଇ ଟ୍ବିଟ କରି ଜଣାଇଛନ୍ତି ତେଜେଶ୍ବର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ସଭାପତିଙ୍କୁ ମେଲ ଜରିଆରେ ସେ ଇସ୍ତଫା ପତ୍ର ପଠାଇଛନ୍ତି ।
-
ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି !
— Tejeswar Parida ତେଜେଶ୍ୱର ପରିଡ଼ା 🇮🇳 (@TejeswarParida) September 30, 2022 " class="align-text-top noRightClick twitterSection" data="
ଦଳର ମାନ୍ୟବର ସଭାପତିଙ୍କୁ Email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି !
ତେଜେଶ୍ୱର ପରିଡ଼ା
ପୂର୍ବତନ ସଭାପତି
ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ଼
">ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି !
— Tejeswar Parida ତେଜେଶ୍ୱର ପରିଡ଼ା 🇮🇳 (@TejeswarParida) September 30, 2022
ଦଳର ମାନ୍ୟବର ସଭାପତିଙ୍କୁ Email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି !
ତେଜେଶ୍ୱର ପରିଡ଼ା
ପୂର୍ବତନ ସଭାପତି
ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ଼ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି !
— Tejeswar Parida ତେଜେଶ୍ୱର ପରିଡ଼ା 🇮🇳 (@TejeswarParida) September 30, 2022
ଦଳର ମାନ୍ୟବର ସଭାପତିଙ୍କୁ Email ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି !
ତେଜେଶ୍ୱର ପରିଡ଼ା
ପୂର୍ବତନ ସଭାପତି
ଓଡ଼ିଶା ଖଦି ଓ ଗ୍ରମୋଦ୍ୟୋଗ ବୋର୍ଡ଼
ଟ୍ବିଟ କରି ତେଜେଶ୍ବର ଲେଖିଛନ୍ତି, '' ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି । ଦଳର ସଭାପତିଙ୍କୁ ଇ-ମେଲ ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି । ବିଭିନ୍ନ ଜିଲ୍ଲାରେ ପାର୍ଟି ପର୍ଯ୍ୟବେକ୍ଷକ ତଥା ମିଡିଆ ପ୍ୟାନେଲର ଜଣେ ସଦସ୍ୟ ଭାବରେ ମୁଁ ଦଳର ସଦସ୍ୟ ଭାବରେ କାର୍ଯ୍ୟ କରିଛି । ମୋ ସାମର୍ଥ୍ୟ ଅନୁଯାୟୀ ଦଳକୁ ମଜବୁତ କରିବାରେ ସହଯୋଗ କରିଛି । 2019 ସାଧାରଣ ନିର୍ବାଚନରେ ମୋତେ ନିର୍ବାଚନ ମାନିଫାଷ୍ଟୋ କମିଟି ସଦସ୍ୟ ତଥା ବିଜେଡିର ତାରକା ପ୍ରଚାରକ ଭାବରେ ମନୋନୀତ କରିଥିବାରୁ ମୁଁ କୃତଜ୍ଞ ।''
ତେବେ ସେ ବିଜେପି କ୍ୟାମ୍ପରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇପାରନ୍ତି । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ଥିଲେ ତେଜେଶ୍ବର ପରିଡା ।
ଇଟିିଭି ଭାରତ, ଭୁବନେଶ୍ବର