ETV Bharat / city

RBIର 50 ହଜାର କୋଟିର ପ୍ୟାକେଜ, ରାଜ୍ୟରେ ମିଶ୍ର ପ୍ରତିକ୍ରିୟା

author img

By

Published : May 5, 2021, 9:44 PM IST

ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆରବିଆଇର ୫୦ ହଜାର କୋଟି ପର୍ଯ୍ୟନ୍ତ ଋଣ ଦେବାକୁ ଘୋଷଣା କରିବା ପରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନୋଗଙ୍କ କଟାକ୍ଷ । ଅଧିକ ପଢନ୍ତୁ...

ଆରବିଆଇର 50 ହଜାର କୋଟିର ବୁଷ୍ଟ୍, ରାଜ୍ୟରେ ମିଶ୍ର ପ୍ରତିକ୍ରିୟା

ଭୁବନେଶ୍ବର: କୋରୋନାର ଦ୍ୱିତୀୟ ପ୍ରବାହ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅନେକ ପଦକ୍ଷେପ ନେଉଛି । ଆଜି (ବୁଧବାର) ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ । ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆରବିଆଇ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଟିକା ନିର୍ମାତା, ଟିକା ପରିବହନ, ରପ୍ତାନିକାରୀମାନଙ୍କୁ ସହଜ କିସ୍ତିରେ ଲୋନ ପ୍ରଦାନ କରିବେ ବୋଲି ଆରବିଆଇ ଆଶା ବାନ୍ଧିଛି । ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ । ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଗତବର୍ଷ ଆରବିଆଇ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଥିଲେ । କୋରୋନା ପ୍ରଥମ ଲହରରୁ କେନ୍ଦ୍ର ସରକାର ଓ ଆରବିଆଇ କିଛି ଶିଖିପାରିଲେନି ବୋଲି ପଞ୍ଚାନନ କଟାକ୍ଷ କରିଛନ୍ତି । ବ୍ୟାଙ୍କଗୁଡିକ ଟଙ୍କା ଦେବାପାଇଁ ଶକ୍ତି ବା ସାମର୍ଥ୍ୟ ଅଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ । ଲୋକମାନେ ଏହି ଟଙ୍କା ନେଇ କାର୍ଯ୍ୟରେ ପରିଣତ କରିବା ଲାଗି ସୁଯୋଗ ଓ ବଜାର ଏବେ ଉପଲବ୍ଧ ଅଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଥମ କୋରୋନା ଲହର ପରେ ଦେଶରେ ଅର୍ଥନୀତିରେ ଧିରେ ଧିରେ ସୁଧାର ଆସିଥିଲା । କିନ୍ତୁ ଏବେ ଦ୍ୱିତୀୟ ପ୍ରବାହ ପୁଣି ଥରେ ସଙ୍କଟ ସୃଷ୍ଟି କରିଛି । ପ୍ରାୟ 70 ହଜାର ଲୋକ ନିଯୁକ୍ତି ହରାଇଲେଣି । ଦ୍ୱିତୀୟ ପ୍ରବାହ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେବା ଆବଶ୍ୟକତା ରହିଛି ।

କରଦାତାଙ୍କୁ ବାଦ ଦେଇ ଅନ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 8 ହଜାର ଟଙ୍କା ପଠାଇବା ଲାଗି ପଞ୍ଚାନନ ଦାବି କରିଛନ୍ତି । ଆଉ ଏହି ଟଙ୍କା 50 ଲକ୍ଷରୁ ଅଧିକ ଟ୍ୟାକ୍ସ ପୈଠ କରୁଥିବା ନାଗରିକଙ୍କ ଉପରେ ସ୍ବଳ୍ପକାଳୀନ କର ଚାର୍ଜ ବସାଇ ଏହି ଟଙ୍କା ଭରଣା କରିବାକୁ ପଞ୍ଚାନନ ପ୍ରସ୍ତାବ ଦେଇଛନ୍ତି ।
ସେପଟେ ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଓ ଆରବିଆଇ ପ୍ୟାକେଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅକାଉଣ୍ଟାଣ୍ଟ ଜେନେରାଲ ତଥା ବିଜେଡି ସାଂସଦ ଅମର ପଟ୍ଟନାୟକ । କୋଭିଡର ଦ୍ଵିତୀୟ ଲହର ଯୋଗୁଁ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ସ୍ଥିତି ଉପରେ ଆରବିଆଇ ପ୍ୟାକେଜ ସହାୟକ ହେବ । ଇକୋନମିକ ଆକ୍ଟିଭିଟିକୁ ଏହା ଅଧିକ କ୍ରିୟାଶୀଳ କରିବ ବୋଲି ଅମର କହିଛନ୍ତି । ବିଶେଷ କରି କ୍ଷୁଦ୍ର ଶିଳ୍ପ ଓ ଏମଏସଏମଇ କ୍ଷେତ୍ରକୁ ଏହା ବୁଷ୍ଟ ଯୋଗାଇବ । ଓଭରଡ୍ରପ ବ୍ୟବସ୍ଥାକୁ ଆରବିଆଇ ପକ୍ଷରୁ 36 ରୁ 50 ଦିନକୁ ବଢ଼ାଇ ଦିଆଯାଇଛି । ଯାହା ରାଜ୍ୟଗୁଡିକୁ ବେଶ ସହାୟକ ହେବ । ଏବେ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଉପରେ ଆଉ ନିର୍ଭର ନକରି କୋଭିଡ ମୁକାବିଲା କରୁଛନ୍ତି । ପଞ୍ଚାୟତସ୍ତରରୁ ଏହି ପ୍ରକ୍ରିୟା ଆରମ୍ଭ ହେଉଛି । ଯଦି କେନ୍ଦ୍ର ସରକାର ଭ୍ୟାକ୍ସିନେସନ ଦାୟିତ୍ୱ ନିଅନ୍ତେ, ତେବେ ଭଲ ହୁଅନ୍ତା ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜନେସ ଏକ୍ସପର୍ଟ ରାଜୀବ ସାହୁ । ଦେଶର ବିଭିନ୍ନ ପ୍ରାନ୍ତରେ ସଟଡାଉନ, ଲକଡାଉନ ଓ କର୍ଫ୍ୟୁ ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି । ସେହିଭଳି ଶିଳ୍ପର ଅବସ୍ଥା ମଧ୍ୟ ବେହାଲ । ମୁଦ୍ରାସ୍ପିତିକୁ ଦୃଷ୍ଟିରେ ରଖି ଆରବିଆଇ ପ୍ରୋ ଆକ୍ଟିଭ ଷ୍ଟେପ ନେଇଛନ୍ତି । 50 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ, ଏମଏସଏମଇକୁ ଗୁରୁତ୍ୱ ଦେଇ ଆରବିଆଇ ପଦକ୍ଷେପ ନେଇଛନ୍ତି । ଯଦି କୋଭିଡ କଟକଣା ଜାରି ରହେ ତେବେ ପ୍ୟାକେଜ ପରିମାଣ ବଢିବ । ଯଦି ସଟଡାଉନ, ଲକଡାଉନ ଓ କର୍ଫ୍ୟୁ ଆଗକୁ ଜାରି ରହେ ତେବେ ଗ୍ରୋଥ ରେଟ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଏକ୍ସପର୍ଟ ରାଜୀବ ସାହୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.