ETV Bharat / city

Odisha BJP Core Committee Controversy: ମନମୋହନ ସାମଲଙ୍କ ସ୍ପଷ୍ଟୀକରଣ

ବିଜେପିର କୋର୍ କମିଟିରେ ଅପରାଜିତାଙ୍କ ନାମ ନ ଥିବାକୁ ନେଇ ଏକ ଆଲୋଚନା ଆରମ୍ଭ ହୋଇଯାଇଥିଲା । ବିଜେପି ମଧ୍ୟରେ ବିବାଦ ଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଅଧିକ ପଢ଼ନ୍ତୁ

Odisha BJP Core Committee Controversy: ମନମୋହନ ସାମଲଙ୍କ ସ୍ପଷ୍ଟୀକରଣ
Odisha BJP Core Committee Controversy: ମନମୋହନ ସାମଲଙ୍କ ସ୍ପଷ୍ଟୀକରଣ
author img

By

Published : Nov 30, 2021, 6:31 PM IST

ଭୁବନେଶ୍ବର: ଗତକାଲି(ସୋମବାର) ବିଜେପିର କୋର୍ କମିଟି ଘୋଷଣା କରାଯାଇଛି । ଏହି କମିଟିରୁ ସାଂସଦ ସଙ୍ଗୀତା ସିଂହଦେଓ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବାଦ ଦିଆଯାଇଛି । ଏହାକୁ ନେଇ ଓଡ଼ିଶା ବିଜେପିରେ ବିବାଦ ରହିଥିବା ନେଇ ଆଲୋଚନା ହେଉଥିଲା । ଏନେଇ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଛନ୍ତି ପୂର୍ବତନ ବିଜେପି ସଭାପତି ମନମୋହନ ସାମଲ ।

Odisha BJP Core Committee Controversy: ମନମୋହନ ସାମଲଙ୍କ ସ୍ପଷ୍ଟୀକରଣ

ସେ କହିଛନ୍ତି ଯେ, "କୋର୍‌ କମିଟି ଆଗରୁ ଥିଲା, ଏବେ ରହିଛି ଆଗକୁ ବି ରହିବ । ଦଳ ମଧ୍ୟରେ କୋର କମିଟି ଗଠନ ଏକ ରୋଟିନ କାମ । ନିର୍ବାଚନ ସମୟ, ସାଙ୍ଗଠନିକ କାର୍ଯ୍ୟ, ଆନ୍ଦୋଳନ ବା ଓଡ଼ିଶା ରାଜ୍ୟ ପାଇଁ କଣ କଣ ଆବଶ୍ୟକ ତାହା କୋର୍‌ କମିଟି ବସି ଆଲୋଚନା କରନ୍ତି । ପ୍ରତିମାସରେ ଏହି ବୈଠକ ହେଉଛି । କମିଟିରେ କିଏ ରହିବେ କିଏ ନରହିବେ ସେ କଥା ଦଳ ଚିନ୍ତା କରେ । କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଚର୍ଚ୍ଚା କରିବା ଯୁକ୍ତି ସଙ୍ଗତ ନୁହେଁ ।"

ଦଳରେ କାହା ମଧ୍ୟରେ ମତଭେଦ ନାହିଁ । ସଭିଏଁ ନିର୍ବିଶେଷରେ ଦଳ ପାଇଁ କାମ କରୁଛନ୍ତି । ପୂର୍ବରୁ ସମୀର ମହାନ୍ତି ମଧ୍ୟ କୋର କମିଟିରେ ନଥିଲେ କିନ୍ତୁ ପ୍ରଥମ ଥର ପାଇଁ ସେ କମିଟିର ସଦସ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.