ETV Bharat / city

ମୋ ସ୍କୁଲ ଅଭିଯାନକୁ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ 25 ଲକ୍ଷ ସହାୟତା

author img

By

Published : Mar 17, 2021, 9:29 PM IST

ଓଡ଼ିଶାର ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଦ୍ବାରା ମୋ ସ୍କୁଲ ଅଭିଯାନ କାର୍ଯ୍ୟ କରୁଛି । ପୂର୍ବତନ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ହରିହର ପଣ୍ଡା ମୋ ସ୍କୁଲ ଅଭିଯାନକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ମୋ ସ୍କୁଲ ଅଭିଯାନକୁ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ 25 ଲକ୍ଷ ସହାୟତା
ମୋ ସ୍କୁଲ ଅଭିଯାନକୁ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ 25 ଲକ୍ଷ ସହାୟତା

ଭୁବନେଶ୍ବର: ଓଡ଼ିଶାର ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟ କରୁଛି । ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟର ସରକାରୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷାଧିକ ପୁରାତନ ଛାତ୍ରଛାତ୍ରୀ ସହାୟତାର ହାତ ବଢାଉଛନ୍ତି । ଏହି କ୍ରମରେ ପୂର୍ବତନ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ହରିହର ପଣ୍ଡା ବୁଧବାର ମୋ ସ୍କୁଲ ଅଭିଯାନକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି।

କଟକସ୍ଥିତ ଓଡ଼ିଶା ପୋଲିସ ହାଇସ୍କୁଲର ଭିତ୍ତିଭୂମି ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ଶିକ୍ଷା ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୂର୍ବତନ ଅଧିକାରୀ ଜଣକ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥରେ ବିଦ୍ୟାଳୟ କ୍ୟାମ୍ପସରେ ଏକ ସ୍ବତନ୍ତ୍ର ବ୍ଲକ ନିର୍ମାଣ କରାଯିବ। ଏହି ବ୍ଲକ ସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ନାରାୟଣ ପତିଙ୍କ ନାମରେ ନାମିତ ହେବ। ସ୍କୁଲରେ ଅତ୍ୟାଧୁନିକ ସ୍ମାର୍ଟ କ୍ଲାସରୁମ୍‌, ପାଠାଗାର ସମେତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୋ ସ୍କୁଲ ଅଭିଯାନରେ ବ୍ୟକ୍ତିଗତ ଭାବେ ଯେଉଁମାନେ ଅର୍ଥ ରାଶି ପ୍ରଦାନ କରିଛନ୍ତି, ସେମାନଙ୍କ ମଧ୍ୟରେ ହରିହର ପଣ୍ଡାଙ୍କ ଅବଦାନ ସର୍ବାଧିକ। ତୋଷାଳି ଭବନସ୍ଥିତ ମୋ ସ୍କୁଲ ଅଭିଯାନ ରାଜ୍ୟ କାର୍ଯ୍ୟାଳୟ ପରିସରରେ ହରିହର ପଣ୍ଡା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ‘ମୋ ସ୍କୁଲ୍‌’ର ସଦସ୍ୟ ସଚିବ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ତଥା ଓଏସଡି ପ୍ରତିଭା ଦୋରା ଓ ପ୍ରକଳ୍ପ ଅଧିକାରୀ ହିଂମାଶୁ ଭୂଷଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.