ETV Bharat / city

NIT ଛାତ୍ରଙ୍କ କମାଲ, ସମୁଦ୍ର ଗଭୀରତାକୁ ମାପିବାକୁ ତିଆରି କଲେ ରୋବୋଟିକ ସଲ୍ଯୁସନ - ରୋବୋଟିକ ସଲ୍ଯୁସନ

ଚାକିରି ଛାଡି ରୋବୋଟିକ ସଲ୍ଯୁସନ ତିଆରି କଲେ ଏନଆଇଟିର ପୂର୍ବତନ ଛାତ୍ର । ଏହା ଗଭୀର ସମୁଦ୍ର ଭିତରେ ପ୍ରତିଟି ଜିନିଷର ଅନୁସନ୍ଧାନ କରିପାରିବ । ଅଧିକ ପଢନ୍ତୁ

NIT ଛାତ୍ରଙ୍କ କମାଲ, ସମୁଦ୍ର ଗଭୀରତାକୁ ମାପିବାକୁ ତିଆରି କଲେ ରୋବୋଟିକ ସଲ୍ଯୁସନ

author img

By

Published : Jul 7, 2022, 7:14 PM IST

ଭୁବନେଶ୍ବର: ଏଣିକି ଗଭୀର ଜଳରେ ଫଟୋ ଉତ୍ତୋଳନ ପାଇଁ ଆଉ ହେବନି ଅସୁବିଧା କି ରହିବନି କୌଣସି ପ୍ରତିବନ୍ଧକ । ଗଭୀର ଜଳସ୍ତରକୁ ଯାଇ ମଣିଷ ର ଅସମ୍ଭବ କାମକୁ ସହଜ କରି ସଂପୂର୍ଣ୍ଣ ସ୍ବଚ୍ଛ ଓ ଥ୍ରୀଡି ଫଟୋ ଉଠାଇବ ରୋବୋଟ ବା ଡ୍ରୋନ । ଯେଉଁଠି ମଣିଷ ତା ଦକ୍ଷତା ଦେଖାଇପାରିବନି ସେଇଠି ରୋବଟ ଯାଇ ସୁକ୍ଷ୍ମରୂ ସୁକ୍ଷ୍ମ କାର୍ଯ୍ୟ କରିପାରିବ । ଏହାର ନାମ ରହିଛି ରୋବୋଟିକ ସଲ୍ଯୁସନ (Robotic Solution) । ଏହି ରୋବୋଟ୍କୁ NIT (National Institutes of Technology ) ରାଉରକେଲାର ଦୁଇ ପୂର୍ବତନ ଛାତ୍ର ଆବିଷ୍କାର କରିଛନ୍ତି । କୋରାସିଆ ଟେକ୍ନୋଲୋଜୀ ନାମରେ ଏକ ଷ୍ଟାଟ ଅପ କଂପାନି ପ୍ରସ୍ତୁତ କରିଛନ୍ତି ଏହି ରୋବୋଟ୍ । ଏହା ଅଥଳ ସମୁଦ୍ର ଭିତରେ ପାଣିର ଗଭୀରତା ମାପିବା ସହିତ ପ୍ରତିଟି ଜିନିଷର ଅନୁସନ୍ଧାନ କରିପାରିବ ।

NIT ଛାତ୍ରଙ୍କ କମାଲ, ସମୁଦ୍ର ଗଭୀରତାକୁ ମାପିବାକୁ ତିଆରି କଲେ ରୋବୋଟିକ ସଲ୍ଯୁସନ

ଦେବେନ୍ଦ୍ର ପ୍ରଧାନ ଓ ବିଶ୍ଵଜିତ ସ୍ବାଇଁ କଲେଜ ସମୟର ଦୁଇ ସାଥି ଏକାଠି ହୋଇ ଏହାର ଅୟମାରମ୍ଭ କରିଥିବା ବେଳେ ଏବେ ଏହି ପ୍ରୋଜେକ୍ଟରେ ସାମିଲ ହେଲେଣି ଆଉ ୪ ଜଣ ଏନଆଇଟି ଛାତ୍ର । ତେବେ ଏହି ରୋବଟଟି ପାଣିଭିତରେ ବହୁ ଶୀଘ୍ର ଓ ସୁରକ୍ଷିତ ଭାବେ ଯିବ । ଆଉ ପାଣି ଭିତରେ ଥିବା ଛୋଟରୁ ଛୋଟ ଜିନିଷର ଫଟୋ ଉଠାଇବ । ବିଶେଷ ଭାବେ ଏହା ଅସୁରକ୍ଷିତ ଡ୍ଯାମ, ବ୍ରିଜ ଓ ପୋର୍ଟ ବା ବନ୍ଦରର ଅପହଞ୍ଚ ସ୍ଥାନରେ ପହଞ୍ଚି ସୋପାନ ଡାଟା , ଥ୍ରୀଡି ମାପିଙ୍ଗ ଫଟୋ ଓ ଭିଡିଓ ଉଠାଇବ । ଜଳଭାଗର ସୁରକ୍ଷା ପାଇଁ ହାଇ ଟେକ୍ନୋଲୋଜି ବିଶିଷ୍ଟ ଏହି ରୋବଟ ପାଣିଭିତରେ ରହିଥିବା ଅନେକ ଜିନିଷର ଫଟୋ ଉଠାଇପାରୁଛି । ଡ୍ଯାମର ଅସୁରକ୍ଷିତ ଓ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକୁ ନଜର କରି ତାର ପୁନଃ ନିର୍ମାଣ କରିପାରିବ ।

ଏଥିପାଇଁ ଦୁଇସାଙ୍ଗଙ୍କୁ ନିଜ ନିଜର ଚାକିରି ଛାଡିବାକୁ ପଡିଥିଲା । କାରଣ ନୂଆ ଟେକ୍ନୋଲୋଜିର ବ୍ଯବହାରରେ ନୂଆ କିଛି କରିବାର ଇଛା ଏମାନଙ୍କୁ ବେଶ ପ୍ରଭାବିତ କରିଥିଲା । ତେଣୁ ଏହି ରୋବୋଟ ନିଜର ଗୁଣବତ୍ତାର ପରୀକ୍ଷା ପାଇଁ ପ୍ରଥମ ଥର ରାଉଲକେଲାର ମନ୍ଦିରା ଡ୍ୟାମରେ ପରୀକ୍ଷଣ ହୋଇସାରିଛି । ୨୦୧୪ରୁ ଦୁଇ ସାଙ୍ଗ ଏହି ଷ୍ଟାର୍ଟ ଅପ୍ ଚଳାଇଥିବା ବେଳେ ୨୦୧୧ରେ ହିଁ ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ରେ ଏହାର ପଞ୍ଜିକରଣ କରିଥିଲେ । ଆଉ ଏହା ଏବେ ପରୀକ୍ଷା ପାଇଁ ଅନୁମତି ମିଳିଥିବା ବେଳେ ମିନିଷ୍ଟ୍ରି ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ଚାଲେଞ୍ଜରେ ସ୍ଥାନ ପାଇଛି । ଏହା ଏପରି ଏକ ରୋବୋଟ ଯାହା ଢେଉ ଭିତରେ ବି କାର୍ଯ୍ୟକାରୀ କରିବ ଆଉ ପରିବର୍ତ୍ତିତ ପାଣିପାଗ ବର୍ଷା ଯୋଗୁ ଭୁଶୁଡି ପଡିଥିବା ପୋଲର ଭିତ୍ତିଭୁମିକୁ ବି ସୁଧାରି ପାରିବ । ତେବେ ଏହା ୧୦୦ ଗଭୀରକୁ ଯାଇ ନିଜର କାର୍ଯ୍ୟ କରିପାରିବ । ସୂଚନା ମୁତାବିକ ଭାରତରେ ୫୦୦୦ ଡ୍ୟାମ ଓ ୧ ଲକ୍ଷ ୫୦ ହଜାର ୱାଟର ବ୍ରିଜ ରହିଛି । ଖାଲି ଡ୍ୟାମ କି ବ୍ରିଜ ର ଭିତ୍ତିଭୂମିର ଏହା ସମସ୍ୟାର ସମାଧାନ କରିବନି ଅଗକୁ ଯାଇ ଏହା ମିଲିଟାରୀ ବା ଦେଶର ସୁରକ୍ଷା କାମରେ ଲାଗିପାରିବ ।

ଅନ୍ୟପଟେ ଏହି ଷ୍ଟାଟ ଅଫକୁ ପ୍ରୋତ୍ସାହନ ଦେବା ଓ ଏ ରୋବୋଟିକ ସଲ୍ଯୁସନର ସେବାକୁ ଲୋକଲୋଚନଙ୍କୁ ଆଣିବାରେ ସହାୟକ ହୋଇଛି ସଫ୍ଟୱେର୍ ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ ବା ଏସଟିପିଆଇ । ପ୍ରାଥମିକ ସ୍ତରରେ ୨୫ ଲକ୍ଷ ର ଆର୍ଥିକ ରାଶି ସହାୟତା ସହ ଏସଟିପିଆଇ ପରୀକ୍ଷଣ ପାଇଁ ନିଜର ଲାବ୍ରୋଟାରୀ ଦେଇଥିଲା । ଯୁବ ଉଦ୍ଯୋଗୀ ବା ଷ୍ଟାଟ ଅପ୍ ମାନଙ୍କୁ ସେମାନଙ୍କ ସୃଜନଶୀଳତାକୁ ଏକ ନୂଆ ଦିଶା ଦେବା ପାଇଁ ବା ଷ୍ଟାଟ ଅପ୍ ଆଗକୁ ନେବାକୁ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ସେଥିରୁ ଚ୍ୟାଲେଞ୍ଜ ୨ .୦ ରେ ଏହି ରୋବଟିକ ସେବା ସ୍ଥାନ ପାଇଛି । ତେଣୁ ସେମାନଙ୍କ ଜ୍ଞନ କୌଶଳକୁ ବଜାର ଯୋଗାଇବା ସହ ଏହାର ସେବାକୁ ଦେଶର ହିତରେ ଲଗାଇବା ପାଇଁ ଏସଟିପିଆଇ ଏଭଳି ପ୍ରୟାସ କରିଥିବା କହିଛନ୍ତି ନିର୍ଦେଶକ ମାନସ ରଞ୍ଜନ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.