ETV Bharat / city

ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା

ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ହେଲିକପ୍ଟର ଗସ୍ତ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ।

ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା
ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା
author img

By

Published : Jul 20, 2020, 1:39 PM IST

ଭୁବନେଶ୍ବର: ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ହେଲିକପ୍ଟର ଗସ୍ତ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଗତ 18 ତାରିଖ ଶନିବାର ସେ ନବରଙ୍ଗପୁରରୁ ଭୁବନେଶ୍ବରକୁ ହେଲିକପ୍ଟର ଯୋଗେ ଆସିଥିବାର କହି ଉଠାଇଲେ ପ୍ରଶ୍ନ ।

ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା

ଯେଉଁଠି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସରେ ବୈଠକ କରୁଛନ୍ତି ସେଠି ସଞ୍ଜୟ କିପରି ନିଜେ ଯାଇ ବୈଠକ କଲେ ବୋଲି ପ୍ରଶ୍ନ ଉଠାଇଲେ ପୂର୍ବତନ ସାସଂଦ । ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀ କହୁଥିବାବେଳେ ଲକଡାଉନରେ କିପରି ସେ ହେଲିକପ୍ଟରରେ ଆସିଲେ ବୋଲି କହି ସଞ୍ଜୟଙ୍କୁ ଘେରିଲେ ବଳଭଦ୍ର ।

ଏହାସହ ଏ ଅର୍ଥ କିଏ ବହନ କରିଛି, ସରକାର ନା ଦଳ ବୋଲି ପ୍ରଶ୍ନ ଉଠାଇଲେ ପୂର୍ବତନ ସାଂସଦ । ସେହିପରି କୋଭିଡ୍ ସ୍ଥିତିର ସମୀକ୍ଷା କରିବାକୁ ଯାଇ ନରେଗା କାମ କଥା ବୁଝିବା ଓ NFSA ରାସନ୍ କାର୍ଡ ବାଣ୍ଟିବାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ରାସନ୍ କାର୍ଡ ଦେବା ସମୟରେ କୋରୋନା ଗାଇଡ ଲାଇନ ଉଲ୍ଲଂଘନ ହୋଇଥିବାର ମଧ୍ୟ କଲେ ଦାବି । ବୈଠକକୁ ରାଜ୍ୟସଭା ସାଂସଦଙ୍କୁ ନ ଡାକି ଥିବାରୁ ଏହା ସ୍ପଷ୍ଟ ଯେ ସଞ୍ଜୟ ଦାସବର୍ମା ସେଠାକୁ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିଲେ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ଚଳିତ ମାସ 13 ରୁ 18 ତାରିଖ ଦକ୍ଷିଣ ଓଡିଶା ଗସ୍ତରେ ଯାଇଥିଲେ ସଞ୍ଜୟ । 18 ତାରିଖରେ ନବରଙ୍ଗପୁରରୁ ହେଲିକାପ୍ଟରରେ ଭୁବନେଶ୍ବର ଫେରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.