ETV Bharat / city

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଜଟଣୀର ପୂର୍ବତନ ବିଧାୟକ - law minister pratap jena

ଜଟଣୀ ଜଗନ୍ନାଥ ଜମି ବିବାଦ ଘଟଣା । ଏନେଇ ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଜଟଣୀର ପୂର୍ବତନ ବିଧାୟକଙ୍କ ସହ ଶତାଧିକ ଜଟଣୀ ବାସିନ୍ଦା। ଅଧିକ ପଢନ୍ତୁ...

ଆଇନମନ୍ତ୍ରୀଙ୍କୁ ଭେଟିଲେ ଜଟଣୀର ପୂର୍ବତନ ବିଧାୟକ

author img

By

Published : Oct 8, 2021, 1:22 PM IST

ଭୁବନେଶ୍ବର: ଆଇନ ମନ୍ତ୍ରୀଙ୍କୁ ଭେଟିଛନ୍ତି ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଲବନ୍ତରାୟଙ୍କ ସହ ଜଟଣୀର ଶତାଧିକ ବାସିନ୍ଦା। ଜଗନ୍ନାଥ ଜମି ସମସ୍ୟା ନେଇ ଆଇନ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନେଇ ଦାବି କରିଛନ୍ତି । ଜଟଣୀ ଅଞ୍ଚଳରେ ବହୁ ଜମି ଜଗନ୍ନାଥଙ୍କ ନାମରେ ଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନି।

ଆଇନମନ୍ତ୍ରୀଙ୍କୁ ଭେଟିଲେ ଜଟଣୀର ପୂର୍ବତନ ବିଧାୟକ

ଲୋକମାନଙ୍କୁ ସରକାରଙ୍କ ଯୋଜନାରେ ଘର ଯୋଗାଇ ଦିଆଯାଇପାରୁନି କି ସ୍ଥାନୀୟ ଲୋକେ କୌଣସି ସୁବିଧା ପାଇ ପାରୁନାହାନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଛି । ଏନେଇ ସରକାରୀ ସ୍ତରରେ ବହୁବାର ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ସମାଧାନ ହୋଇ ପାରି ନାହିଁ । ଖୁବଶୀଘ୍ର ସମସ୍ୟା ସମାଧାନର ରାସ୍ତା ବାହାରିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.