ETV Bharat / city

ଚାଷୀଙ୍କୁ ବୋନସ ଦିଅନ୍ତୁ ସରକାର: ବିଜେପି - MSP ବୃଦ୍ଧି ପ୍ରସଙ୍ଗ

MSP ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅଧିକ ପଢନ୍ତୁ...

ଚାଷୀଙ୍କୁ ବୋନସ ଦିଅନ୍ତୁ ସରକାର
ଚାଷୀଙ୍କୁ ବୋନସ ଦିଅନ୍ତୁ ସରକାର
author img

By

Published : Jun 11, 2021, 6:03 PM IST

ଭୁବନେଶ୍ବର: MSP ବୃଦ୍ଧି ନେଇ ରାଜ୍ୟ କଡା ଆଭିମୁଖ୍ୟ ଦେଖାଇଛି । ସ୍ବାମୀନାଥନ କମିଟି ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ଏପଟେ MSP ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ଚାଷୀଙ୍କୁ ବୋନସ ଦିଅନ୍ତୁ ସରକାର

ମନମୋହନ କହିଛନ୍ତି, ଆପଣ ଯେଉଁ ଅଞ୍ଚଳକୁ ଯାଆନ୍ତୁ, ଚାଷୀ ଧାନ ଶସ୍ତାରେ ବିକୁଛି । 1200 ଟଙ୍କାରେ ଧାନ ବିକୁଛି ଚାଷୀ । ଧାନ କିଣା କଟନୀ ଛଟନୀରେ କୋଟି କୋଟି ଟଙ୍କାର ହେରଫେର ହେଉଛି । ତାର ଜବାବ ଦିଅନ୍ତୁ ରାଜ୍ୟ ସରକାର ।

ନିଲାମରେ ମଧ୍ୟ ରାଜ୍ୟ ସରକାର ଧାନ କିଣିପାରିବେ । 1940 ଟଙ୍କାରେ ଧାନ କିଣି ଅନ୍ୟ ରାଜ୍ୟ ଭଳି ପ୍ରଥମେ ଚାଷୀଙ୍କୁ ବୋନସ ଦିଅନ୍ତୁ ସରକାର । କେନ୍ଦ୍ରକୁ ଚିଠି ଲେଖନ୍ତୁ, କିନ୍ତୁ ପ୍ରଥମେ ଚାଷୀଙ୍କ ଠାରୁ ସବୁ ଧାନ କିଣନ୍ତୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.