ଆନନ୍ଦପୁର/ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା କେନ୍ଦୁଝର ଘଷିପୁରାର ବିଧାୟକ ବଦ୍ରି ନାରାୟଣ ପାତ୍ର (Ghasipura Mla Badri Narayan Patra hospitalized ) ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ମେଡିକାଲ ରେ ତାଙ୍କର ଚିକିତ୍ସା ହେଉଥିଲା । କିନ୍ତୁ ଉନ୍ନତମାନର ଚିକିତ୍ସା ସେବା ପାଇଁ ହାଇଦ୍ରାବାଦକୁ ତାଙ୍କୁ ଏୟାର ଲିଫ୍ଟ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ବର ସ୍ଥିତ ନିଜ ସରକାରୀ ବାସଭବନରେ ଥିବାବେଳେ, ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କର ହୃତପିଣ୍ଡ ସମସ୍ୟା ଥିବା ଜଣାପଡିଥିଲା । ସଙ୍ଗ ସଙ୍ଗେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇ ଦୁଇଟି ଷ୍ଟେନ ଲଗାଯାଇଛି ।
ତେବେ ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ପାତ୍ରଙ୍କୁ ଏକ ସ୍ବତନ୍ତ୍ର (Air Ambulance) ଆଲମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି । ତାଙ୍କ ପୁଅ ଦେବପ୍ରିୟ ପାତ୍ର ଏନେଇ ସୂଚନା ଦେଇଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀଙ୍କ ସହ ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ