ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ IFS ଅଭୟ ପାଠକ । ଅର୍ଥ ହେରଫେର ମାମଲାରେ ପଚରା ଉଚରା କରୁଛି ED ।
ଏହା ମଧ୍ୟ ପଢନ୍ତୁ:-ED ରେ ହାଜର ହେଲେ ଅଭୟ ପାଠକ
ଦ୍ବିତୀୟ ଥର ପାଇଁ EDରେ ହାଜର ହୋଇଛନ୍ତି ଆଇଏଫଏସ ଅଭୟ ପାଠକ (Abhay pathak appeared in ed) । ପୁଅ ଆକାଶ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ ହେରଫେର ମାମଲାରେ ମଧ୍ୟ ଯାଞ୍ଚ ଚାଲିଛି । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଟାଟା ନାଁରେ ଠକେଇ ହୋଇଥିବା ଟ୍ରାନଜାକ୍ସନ ସମ୍ପର୍କରେ ପଚରା ଉଚରା କରୁଛି ED । ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ଝିଅଙ୍କୁ ED ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ