ETV Bharat / city

ଓଡିଶାରେ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ

ଓଡିଶାରେ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ ମାଙ୍ଗକୁ ପାସ୍ତିକା ।

author img

By

Published : Sep 9, 2019, 4:31 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଇଣ୍ଡିଆ ଓ ଇଣ୍ଡୋନେସିଆ ନିଜର ଧର୍ମୀୟ ବିଶ୍ବାସ ଓ ଉପାସନାକୁ ଭିନ୍ନ ଭିନ୍ନ ପ୍ରକାରରେ ପରିପ୍ରକାଶ କରୁଥିଲେ ସୁଦ୍ଧା ଦୁଇ ଦେଶର ଅନ୍ତର୍ନିହିତ ମୂଳ ଉଦେଶ୍ୟ ଏକ ଅଟେ । ଯାହାକି ମୁଁ ନୁହେଁ ସେ , ତୁ ଅଟେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ସେହିଭଳି ଓଡିଶା ସହିତ ଇଣ୍ଡୋନେସିଆର ବହୁତ ପୁରାତନ ସାଂସ୍କୃତିକ,ଐତିହାସିକ ଓ ବାଣିଜ୍ୟିକ ସମ୍ପର୍କ ରହିଛି । ଯାହାକି ଏବେବି ଦେଖିବାକୁ ମିଳିଥାଏ । କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ ଫାଉଣ୍ଡେସନ ଓ ଆର୍ଯ୍ୟାଭଟ୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା କଳିଙ୍ଗ ବାଲି ସଙ୍ଗମ ଭଳି କାର୍ଯ୍ୟକ୍ରମ ଶିଥିଳ ପଡିଯାଇଥିବା ଆମ ସମ୍ପର୍କର ପୁନଃରୁଦ୍ଧାର ଦିଗରେ କାର୍ଯ୍ୟକରିବ ବୋଲି ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ ମାଙ୍ଗକୁ ପାସ୍ତିକା ଆଗାମୀ ଦିନରେ ଭାରତ ସହିତ ଏହି ସମ୍ପର୍କ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିବାକୁ ସାହାଯ୍ୟ କରିବ ବୋଲି କହିଛନ୍ତି ।

ଆଜିର ଏହି ଉତ୍ସବ ଅବସରରେ ଓଡିଶା ଓ ବାଲିର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 7ଜଣଙ୍କୁ କଳିଙ୍ଗ ବାଲି ସଙ୍ଗମ ସମ୍ମାନରେ ସମ୍ମାନିତ କରାଯାଇଛି । ସେମାନେ ହେଉଛନ୍ତି ସ୍ବସ୍ତି ଗ୍ରୁପ ମୁଖ୍ୟ ଜିତେନ୍ଦ୍ର କୁମାର ମହାନ୍ତି, ଗଂଜାମର ଆର୍ଟିଓ ସଞ୍ଜୟ କୁମାର ବିଶ୍ବାଳ,ଶ୍ରୀ ଅଗସ,ଡ଼ଃ ଅକ୍ଷୟ କୁମାର ରାଉତ,ଶ୍ରୀ ଅରବିନ୍ଦ ଅଗ୍ରୱାଲ,ଶ୍ରୀ ଦିଲ୍ଲୀପ କୁମାର ନାୟକ ଓ ଡ଼ଃ ସଂଜୀବ କୁମାର ମିଶ୍ର । ଏହି ଅବସରରେ କାର୍ଯ୍ୟକ୍ରମର କନଭେନର ଶ୍ରୀମତୀ ଚିଦାତ୍ମିକା ଖଟୁଆ ସ୍ବାଗତ ଭାଷଣ ଦେବା ସହିତ ଆଗାମୀ ଭବିଷ୍ୟତରେ ଏହି ସମ୍ପର୍କ କଳିଙ୍ଗ ଆଉ ବାଲି ମଧ୍ୟରେ ମଜବୁତ ହେବ ବୋଲି କହିଛନ୍ତି । ଉତ୍ସବରେ ଅନ୍ୟତମ ଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦର ଶ୍ରୀଯୁକ୍ତ ଅଗୁସ ଇନ୍ଦ୍ର ଉଦୟନ ଯୋଗ ଦେଇଥିଲେ ।

ଏହି ଗସ୍ତ ସମୟରେ ଆସିଥିବା ଟିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କଟକ ଜିଲ୍ଲାପାଳଙ୍କୁ ଭେଟିବା ସହିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆଜିର ଏହି ଉତ୍ସବ ଶେଷରେ ସୁର ଭ୍ରାଇବେଶନ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯିବା ସହିତ ନିଫ୍ଟ ର ଛାତ୍ରଛାତ୍ରୀମାନେ ରାମ୍ପରେ ଚାଲିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଈଟିଭି ଭାରତ

Intro:ଇଣ୍ଡିଆ ଓ ଇଣ୍ଡୋନେସିଆ ନିଜର ଧର୍ମୀୟ ବିଶ୍ୱାସ ଓ ଉପାସନାକୁ ଭିନ୍ନ ଭିନ୍ନ ପ୍ରକାରରେ ପରିପ୍ରକାଶ କରୁଥିଲେ ସୁଦ୍ଧା ତାଙ୍କର ଅନ୍ତର୍ନିହିତ ମୂଳ ଉଦେଶ୍ୟ ଏକ ଅଟେ।ଯାହାକି ମୁଁ ନୁହେଁ ସେ/ତୁ ଅଟେ।ଯାହାକି ପରିପ୍ରକାଶ ଅନେକ ସମୟରେ ଦେଖିବାକୁ ମିଳିଛି।

Body:ସେହିଭଳି କଳିଙ୍ଗ /ଓଡିଶା ସହିତ ଇଣ୍ଡୋନେସିଆର ବହୁତ ପୁରାତନ ସାଂସ୍କୃତିକ,ଐତିହାସିକ ଓ ବାଣିଜ୍ୟିକ ସମ୍ପର୍କ ରହିଛି।ଯାହାକି ଏବେବି ଦେଖିବାକୁ ମିଳିଥାଏ।କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ ଫାଉଣ୍ଡେସନ ଓ ଆର୍ଯ୍ୟାଭଟ୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା କଳିଙ୍ଗ ବାଲି ସଙ୍ଗମ ଭଳି କାର୍ଯ୍ୟକ୍ରମ ଶିଥିଳ ପଡିଯାଇଥିବା ଆମ ସମ୍ପର୍କ ର ପୁନରୁଦ୍ଧାର ଦିଗରେ କାର୍ଯ୍ୟକରିବ ବୋଲି ଆଜିର ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ କହିଛନ୍ତି।ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ ମାଙ୍ଗକୁ ପାସ୍ତିକା ଆଗାମୀ ଦିନରେ ଭାରତ ସହିତ ଏହି ସମ୍ପର୍କ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିବାକୁ ସାହାଯ୍ୟ କରିବ ବୋଲି କହିଛନ୍ତି।
ଆଜିର ଏହି ଉତ୍ସବ ଅବସରରେ ଓଡିଶା ଓ ବାଲି ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 7ଜଣ ବ୍ୟକ୍ତିଙ୍କୁ କଳିଙ୍ଗ ବାଲି ସଙ୍ଗମ ସମ୍ମାନ ରେ ସମ୍ମାନିତ କରାଯାଇଛି।ସେମାନେ ହେଉଛନ୍ତି ସ୍ୱସ୍ତି ଗ୍ରୁପ ମୁଖ୍ୟ ଜିତେନ୍ଦ୍ର କୁମାର ମହାନ୍ତି,ଗଂଜାମ ର ଆର୍ଟିଓ ସଞ୍ଜୟ କୁମାର ବିଶ୍ବାଳ,ଶ୍ରୀ ଅଗସ,ଡ଼ଃ ଅକ୍ଷୟ କୁମାର ରାଉତ,ଶ୍ରୀ ଅରବିନ୍ଦ ଅଗ୍ରୱାଲ,ଶ୍ରୀ ଦିଲ୍ଲୀପ କୁମାର ନାୟକ ଓ ଡ଼ଃ ସଂଜୀବ କୁମାର ମିଶ୍ର।ଏହି ଅବସରରେ କାର୍ଯ୍ୟକ୍ରମର କନଭେନର ଶ୍ରୀମତୀ ଚିଦାତ୍ମିକା ଖଟୁଆ ସ୍ୱାଗତ ଭାଷଣ ଦେବା ସହିତ ଆଗାମୀ ଭବିଷ୍ୟତରେ ଏହି ସମ୍ପର୍କ କଳିଙ୍ଗ ଆଉ ବାଲି ମଧ୍ୟରେ ମଜବୁତ ହେବ ବୋଲି କହିଛନ୍ତି।ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶ୍ୱ ହିନ୍ଦୁ ପରିଷଦର ଶ୍ରୀଯୁକ୍ତ ଅଗୁସ ଇନ୍ଦ୍ର ଉଦୟନ ଯୋଗ ଦେଇଥିଲେ।ଏହି ଗସ୍ତ ସମୟରେ ଆସିଥିବା ଟିମ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ କଟକ ଜିଲ୍ଲାପାଳଙ୍କୁ ଭେଟିବା ସହିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶ କରିବାର କାର୍ଯ୍ୟକ୍ରମ ଥିବା ଜଣା ପଡିଛି।

Conclusion:ଆଜିର ଏହି ଉତ୍ସବ ଶେଷରେ ସୁର ଭ୍ରାଇବେଶନ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯିବା ସହିତ ନିଫ୍ଟ ର ଛାତ୍ରଛାତ୍ରୀମାନେ ରାମ୍ପରେ ଚାଲିଥିଲେ।
ବାଇଟ-ଚିଦାତ୍ମିକା ଖଟୁଆ,ମୁଖ୍ୟ କନଭେନର
ବାଇଟ-ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ-ମାଙ୍ଗକୁ ପାସ୍ତିକା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.