ETV Bharat / city

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ରୁଫ୍ ଟପ୍ ଗାର୍ଡେନ୍, ଛାତରେ ଫଳାଉଛନ୍ତି ପରିବା ଓ ରଙ୍ଗବେରଙ୍ଗ ଫୁଲ

ଛାତରେ ମାଟି। ମାଟିରେ ଗଛ ଓ ଗଛରେ ପରିବା। ଏଇତକ କଥା ସହଜ ଶୁଭୁଥାଇ ପାରେ। ହେଲେ ରାଜଧାନୀର ଛାତରେ ପରିବା ଚାଷ କରି ଫସଲ ଫଳେଇବା ଆଦୌ ସହଜ ନୁହେଁ। ପରିଶ୍ରମ ସାଙ୍ଗକୁ ଯତ୍ନ ଏଵଂ ଯଥେଷ୍ଟ ମନୋବଳ ଲୋଡା। ଏଭଳି କରି ଦେଖାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

former-finance-ministers-roof-top-garden-variety-vegetables-and-colorful-flowers-on-the-roof
ପୂର୍ବତନ ଅର୍ଥମନ୍ତ୍ରୀଙ୍କ ରୁଫ୍ ଟପ୍ ଗାର୍ଡନ୍, ଛାତରେ ଫଳାଉଛନ୍ତି ଭେରାଇଟି ପରିବା ଓ ରଙ୍ଗବେରଙ୍ଗ ଫୁଲ
author img

By

Published : Jul 28, 2020, 8:03 PM IST

ଭୁବନେଶ୍ବର: ଚମତ୍କାର ଜାତୀୟତାବୋଧ ହେଉ କି ମାଟି ମମତା ! ଅର୍ଥନୀତିର ସମଷ୍ଟିଗତ ଉପସ୍ଥାପନା ହେଉ କିମ୍ବା ମନ୍ତ୍ରୀ ପଦ, ରାଜ୍ୟ ସମ୍ପଦ ସମୂହର ଉପସ୍ଥାପନା। ବିଭିନ୍ନ ସମୟର ରାଜନୈତିକ ବ୍ୟବସ୍ଥା ଓ ସେଥିରେ ଜଡ଼ିତ ହୋଇ ରହିଥିବା ଅର୍ଥନୀତି ଓ ସମ୍ବଳ ଅପହରଣର ବିବରଣୀ କ୍ଷେତ୍ରରେ ସେ ଯେମିତି ଓ ଯେତିକି ସ୍ପଷ୍ଟ ଆଉ ବାସ୍ତବଧର୍ମୀ, ଠିକ୍ ସେମିତି ଜଣେ ଭଲ ସ୍ବାମୀ ସହିତ ଜଣେ ଭଲ ବାପା ଭାବରେ ସଂସାର ଚଳାଇବାର ଅନେକ ନଜିର୍ ରହିଛି।

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ରୁଫ୍ ଟପ୍ ଗାର୍ଡନ୍, ଛାତରେ ଫଳାଉଛନ୍ତି ଭେରାଇଟି ପରିବା ଓ ରଙ୍ଗବେରଙ୍ଗ ଫୁଲ

ଏଵେ ଏସବୁ କଥା ଛାଡିଲେ, ଜଣେ କୃଷକ ଭାବେ ନିଜର ପରିଶ୍ରମ ପାଇଁ ସେ' ତଥା ପ୍ରାକ୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ତାଙ୍କ ଧର୍ମପତ୍ନୀ ଭାରତୀ କାନୁନଗୋ ସହରୀ ମଣିଷଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଛାତରେ ମାଟି। ମାଟିରେ ଗଛ ଓ ଗଛରେ ପରିବା। ଏଇତକ କଥା ସହଜ ଶୁଭୁଥାଇ ପାରେ। ହେଲେ ରାଜଧାନୀର ଛାତରେ ପରିବା ଚାଷ କରି ଫସଲ ଫଳେଇବା ଆଦୌ ସହଜ ନୁହେଁ। ପରିଶ୍ରମ ସାଙ୍ଗକୁ ଯତ୍ନ ଏଵଂ ଯଥେଷ୍ଟ ମନୋବଳ ଲୋଡା। ଯେତେବେଳେ ରୁଫ୍ ଟପ୍ ଗାର୍ଡନକୁ ନିଜ ହାତରେ ତିଆରି କରି ଫସଲ କିମ୍ବା ଫୁଲ ଫୁଟେଇ ଦିଆଯାଏ, ସେତେବେଳେ ଏହି ଅବସର ତଥା ଆତ୍ମନିର୍ଭରଶୀଳତାର ସୁଖ କିଛି ଅଲଗା ଅନୁଭୂତି।

ଏମିତିରେ ଏଵେ ମହାମାରୀ ସମୟ। ଵଜାରରେ ପରିବା ଆଣିବାଠୁ ନିଜ ଛାତରେ ପରିବା ଫଳେଇବାର ପ୍ରଚେଷ୍ଟା ନିହାତି ସ୍ବାଗତଯୋଗ୍ୟ। ଯଦି ପୂର୍ଵତନ ଅର୍ଥମନ୍ତ୍ରୀ ଖୋଦ୍ ନିଜେ ରୁଫ୍ ଟପ୍ ଭେଜିଟଜବୁଲ୍ ଗାର୍ଡେନ କରି ପାରୁଛନ୍ତି, ତେଵେ ସହରୀ ସାଧାରଣ ମଣିଷ କାହିଁକି ନୁହେଁ ? ଯାହା ବି ହେଉ କିପରି ଜଣେ ବଜାର ଉପରେ ନିର୍ଭର ନ କରି ନିଜ ଛାତ ଉପରେ କିମ୍ବା ବାଡ଼ିରେ ଚାଷ କରି ନିଜ ପରିବାର କୁ ପ୍ରତିପୋଷଣ କରିପାରେ ତାହାର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି ଏହି କାନୁନଗୋ ଦମ୍ପତି।

ତେବେ ହଁ ସେ ଏହି ଚାଷ ଲକ୍-ଡାଉନ ସମୟରେ ଆରମ୍ଭ କରି ନାହଁନ୍ତି। ବରଂ ଏହା ତାଙ୍କର ବହୁ ବର୍ଷ ତଳର ଏକ ଅଭ୍ୟାସ ଅଟେ। ଯାହା ପାଇଁ ସେ ଆଜି ସ୍ଵଛନ୍ଦରେ ବିଶେଷ ଭାବେ ବଜାର ଘାଟ ନ ଯାଇ ଘରେ ରହି ସମୟ ବିତାଇ ପାରୁଛନ୍ତି। ନିଜ ପରିବାର ଖାଇବା ପାଇଁ ପ୍ରାୟ ପରିବା ତାଙ୍କର ଏହି ଛାତ ଉପର ବଗିଚାରୁ ହିଁ ମିଳିଥାଏ। ଏପରିକି ଅନେକ ସମୟରେ ଅଧିକ ହେଲେ ତାହାକୁ ସେ ନିଜ ପଡ଼ୋଶୀମାନଙ୍କୁ ବାଣ୍ଟି ଦେଇଥାନ୍ତି ବୋଲି କହିଛନ୍ତି।

ନିଜର ଏହି ଛାତ ଉପରେ ସେ ବର୍ଷକୁ ତିନିଟି ପର୍ଯ୍ୟାୟରେ ଚାଷ କରିଥାନ୍ତି। ଖରା,ବର୍ଷା ଓ ଶୀତ। ଏହି ସମୟ ଅନୁଯାୟୀ ସେ ପରିବା ଓ ଶାଗ ଏପରିକି ମାଟି ତଳେ ଫଳୁଥିବା ସାରୁ ଓ ଉଲ କୋବି ମଧ୍ୟ ଏଠାରେ ଚାଷ କରନ୍ତି।ଆଉ ଏହା ସମ୍ପୂର୍ଣ୍ଣ ରୂପରେ ଜୈବିକ ଉପାୟରେ ଚାଷ କରି ଥାନ୍ତି। ଯାହାକି ବଜାର ରୁ ମିଳୁଥିବା ସାରଦିଆ ଓ ରଙ୍ଗ ଲଗା ପରିବା ଠାରୁ ବେଶ ଭଲ ପୁଷ୍ଟିକର ଓ ସ୍ୱାଦିଷ୍ଟ ଅଟେ। ତେବେ କେବଳ ପରିବା ନୁହେଁ ଏହି ଛାତ ଉପରେ ସେ ଅନେକ ପ୍ରକାର ର ଫୁଲ ମଧ୍ୟ ଲଗାଇବା ସହ ମହୁମାଛି ରଖି ମହୁ ସଂଗ୍ରହ ମଧ୍ୟ କରନ୍ତି। ଆଉ ଏହି କାର୍ଯ୍ୟ କରିବାରେ ଆଉ ଏହି ବଗିଚାରେ ବୁଲିବା ଓ ତଟକା ପନିପରିବା ଖାଇବାରେ ଯେଉଁ ଆତ୍ମତୃପ୍ତି ମିଳେ ତାହା କୌଣସି ପ୍ରକାରେ ଟଙ୍କା ସହିତ ସମତୁଲ ହେବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି।

ଏହି ଅବସରରେ ଶ୍ରୀଯୁକ୍ତ କାନୁନଗୋ କୁହନ୍ତି ଏପରି କରିବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବାର ଆବଶ୍ୟକତା ଓ କିଛି ସାମଗ୍ରୀ ସୁଲଭ ମୁଲ୍ୟରେ ସେମାନଙ୍କୁ ଯୋଗାଇ ଦେବାର ଆବଶ୍ୟକତା ରହିଛି।ତେବେ ଲୋକମାନେ କୁହନ୍ତି ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ କିମ୍ବା ଛାତ ନଷ୍ଟ ହେବା ସହିତ ଅପରିଷ୍କାର ହୋଇଯାଏ।ତାହା ସମ୍ପୂର୍ଣ୍ଣ ଭୁଲ୍ ବୋଲି ସେମାନେ କହିବା ସହ ଏହାକୁ ଆପଣାଇ ପାରିଲେ ନିଜର ଆର୍ଥିକ ବୋଝକୁ କିଛି ପରିମାଣରେ ହାଲକା ମଧ୍ୟ କରାଯାଇ ପାରିବ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.