ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି କାମଚଳା ବଜେଟ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ରାଜ୍ୟ ସରକାର ନୀତିହୀନ କାମଚଳା ବଜେଟ ଆଗତ କରିଛନ୍ତି ବୋଲି କହିଛନ୍ତି ପଞ୍ଚାନନ । ସେ କହିଛନ୍ତି ଯେ, ସବୁ ବଜେଟ ଏବେ କାମଚଳା ବଜେଟରେ ପରିଣତ ହୋଇଛି ।
ଆହୁରି ମଧ୍ୟ କହିଛନ୍ତି ଯେ, କାମ ଚଳେଇ ନେବା ପାଇଁ ଏବେ ସବୁ ବଜେଟ ପ୍ରସ୍ତୁତ ହେଉଛି । କାମଚଳା ବଜେଟ ଅର୍ଥ ପ୍ରୋଗ୍ରାମ । ଏବେ ଯାହା ଲକ୍ଷ୍ୟ କରୁଛୁ ବଜେଟ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି । ଏଥିରେ କିଛି ଯୋଜନା ନାହିଁ । ଯୋଜନା ଥିଲେ ଏହାକୁ କାମଚଳା ବଜେଟ କୁହାଯାଇନଥାନ୍ତା । କେଉଁ ଯୋଜନା ପାଇଁ କେତେ ଅର୍ଥ ବ୍ୟବସ୍ଥା ହୋଇଛି । କେଉଁ କାର୍ଯ୍ୟକ୍ରମକୁ ସରକାର ଗୁରୁତ୍ୱ ଦେଇଛନ୍ତି ଜଣାପଡିଥାନ୍ତା । ଆଡ଼ମିନିଷ୍ଟେଟିଭ ଏକ୍ସପେଣ୍ଡିଚର ଓ ପ୍ରୋଗ୍ରାମ ଏକ୍ସପେଣ୍ଡିଚର । ପ୍ରୋଗ୍ରାମ ଏକ୍ସପେଣ୍ଡିଚର ଅର୍ଥ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ସେହି କାର୍ଯ୍ୟକ୍ରମ ଜାରି ରହିବ ।
ଚଳିତ ବର୍ଷ ଯାହା ଆସିଛି ତାହା ଏକ ପୂର୍ଣ୍ଣାଙ୍ଗ ବଜେଟ । ଗତବର୍ଷ ତୁଳନାରେ 15 ରୁ 20 ପ୍ରତିଶତ ବୃଦ୍ଧି ହୋଇ 2 ଲକ୍ଷ କୋଟି ହୋଇଛି । କେବଳ 3 ମାସ ପାଇଁ ଅନୁମୋଦିତ ହୋଇଛି । ଯେଉଁ 3 ମାସ ଅନୁମୋଦିତ ହୋଇଛି ତାହା ପରିବର୍ଦ୍ଧିତ ହେବ । ତେଣୁ ଏହାକୁ କାମଚଳା ବଜେଟ କୁହାଯାଉଛି । ବଜେଟ ଦର୍ଶାଉଛି କି ରାଜ୍ୟର ଆୟ ବୃଦ୍ଧି ହୋଇଛି । ଦୁଇଟି ସୂତ୍ରରେ ଆୟ ବଢିଛି । ଖଣିଜ କ୍ଷେତ୍ରରେ ଆୟ ବୃଦ୍ଧି ହୋଇଛି । ଅନ୍ୟଟି ହେଉଛି ଟିକସରୁ ଆୟ । ତେବେ ସରକାର ଦେଖାଉଥିବା କ୍ୟାପିଟାଲ ଏକ୍ସପେଣ୍ଡିଚରରେ ଋଣର ମାତ୍ରା କେତେ ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି । ସରକାର କାହିଁକି ଋଣ ଆଣୁଛନ୍ତି ? ଋଣ ଆଣିବାର କାରଣ କଣ ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ