ETV Bharat / city

Prafulla Majhi Joins BJD: ଶଙ୍ଖ ଫୁଙ୍କିଲେ ପ୍ରଫୁଲ ମାଝୀ

author img

By

Published : Dec 10, 2021, 1:07 PM IST

Updated : Dec 10, 2021, 3:01 PM IST

କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଥା ସୁନ୍ଦରଗଡ ତଳସରାର (Sundargarh Talsara) ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ(Former MLA Prafulla Majhi) ଆଜି ବିଦ୍ଧିବଧ ଭାବେ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଅଧିକ ପଢନ୍ତୁ

ପ୍ରଫୁଲ୍ଲ ମାଝୀ
ପ୍ରଫୁଲ୍ଲ ମାଝୀ

ଭୁବନେଶ୍ବର: କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଥା ସୁନ୍ଦରଗଡ ତଳସରାର (Sundargarh Talsara) ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଆଜି ବିଦ୍ଧିବଧ ଭାବେ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ବିଜେଡିରେ ସାମିଲ ହେବାପରେ ପ୍ରଫୁଲ୍ଲ କହିଛନ୍ତି କଂଗ୍ରେସରେ ନା ନେତୃତ୍ବ ଅଛି, ନା ନୀତି ଅଛି । ଦଳରେ ଚରମ ବିଶୃଙ୍ଖଳା ଜାରି ରହିଛି । ଦଳ ତାଙ୍କୁ ଖାଲି ଅବହେଳା କରିନାହିଁ ଅପମାନିତ ମଧ୍ୟ କରିଛି । ଏହି ଧାରା ସାରା ଦେଶରେ ଜାରି ରହିଛି । ଦଳ ଏବେ ନିମ୍ନଗାମୀ ହେବାରେ ଲାଗିଛି । ରାଜ୍ୟ କଂଗ୍ରେସ ନେତୃତ୍ବ ଦିଶାହୀନ ହୋଇପଡିଛି । ତେଣୁ କଂଗ୍ରେସ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ପ୍ରଫୁଲ୍ଲ କହିଛନ୍ତି ସେ ଜଣେ ସଫଳ ଓ ଦକ୍ଷ ନେତା । ଖାଲି ଦେଶ ନୁହେଁ ସାରା ବିଶ୍ବ ପାଇଁ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ ଚିନ୍ତାଧାରା ବିକାଶ ମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ପ୍ରଫୁଲ୍ଲ । ଆଗାମୀ ଦିନରେ ଦଳ ଯାହା ଦାୟିତ୍ବ ଦେବ ତାହାକୁ ସେ ତୁଳାଇବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟଯେ ସୁନ୍ଦରଗଡ ଜିଲ୍ଲା ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଜାଧର ମାଝୀ (Former Minister Gajadhar Majhi)ଙ୍କ ଝିଆରୀ ଜ୍ଵାଇଁ ହେଉଛନ୍ତି ପ୍ରଫୁଲ୍ଲ । ଗଜାଧରଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ରାଜନୀତିକୁ ଆସିଥିଲେ । ୨୦୦୬ ମସିହାରେ ଗଜାଧରଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ । ଉପ ନିର୍ବାଚିତରେ ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।

ପରେ ୨୦୦୯ ଓ ୨୦୧୪ (2009 and 2014 General Elections) ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ଲଗାତାର ୩ ଥର ବିଜୟୀ ହୋଇ ହ୍ୟାଟ୍ରିକ ମାରିଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ ପ୍ରଫୁଲ୍ଲ । କିଛି ଦିନ ପୂର୍ବରୁ କଂଗ୍ରେସ ଶିବିର ଛାଡି ବିଜେଡିରେ ସାମିଲ ହୋଇଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହ ନିବିଡ ସମ୍ପର୍କ ଥିବାରୁ ପ୍ରଫୁଲ୍ଲ ମଧ୍ୟ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହା ଆଜି ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 10, 2021, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.